ସାରାଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହୁ ହୁ ହେଇ ବଢିବାରେ ଲାଗିଛି। ଏହାକୁ ନେଇ ସମଗ୍ର ଦେଶ ରେ ବିବାଦ ଜାରି ରହିଛି। ଏହା ଭିତରେ ପଶ୍ଚିମବଙ୍ଗ ସରକାର ଏକ ବଡ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗ ସରକାର ଆଜି ମଧ୍ୟରାତ୍ରୀରୁ ପେଟ୍ରୋଲ ଡିଜେଲର ମୂଲ୍ୟ ଏକ ଟଙ୍କାରେ ହ୍ରାସ କରିଦେଇଛି। ସବୁଠାରୁ ବଡ କଥା ହେଉଛି ଦେଶର ବହୁ ସହରରେ ମୋଟର ଇନ୍ଧନର ମୂଲ୍ୟ ଶହେରୁ ଅଧିକ ରହିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ହେତୁ ବିରୋଧୀ ଦଳ ଓ ସାଧାରଣ ଜନତା ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି।
ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ଇନ୍ଧନର ମୂଲ୍ୟକୁ ନେଇ ରବିବାର ଏହି ସୂଚନା ଦେଇଛନ୍ତି।