fbpx

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ, ଆଜିଠାରୁ ସବୁକାମ ସାରି ଦିଅନ୍ତୁ

ନୂଆଦିଲ୍ଲୀ, ୨୪ା୨: ସାଧାରଣତଃ ବ୍ୟାଙ୍କ ପ୍ରତ୍ୟେକ ରବିବାର ଓ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିଥାଏ । ଆସନ୍ତା ମାର୍ଚ୍ଚ ମାସରେ ପଡ଼ୁଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣ ଅନୁକୋଣରେ ବ୍ୟାଙ୍କ ବନ୍ଦ ରହିବ ।

ମାର୍ଚ୍ଚ ମାସ ଆର୍ଥିକ ବର୍ଷର ଶେଷ ମାସ ହୋଇଥିବାରୁ ଏହି ସମୟରେ ବ୍ୟାଙ୍କରେ ଅଧିକ କାର୍ଯ୍ୟ ରହିଥାଏ । ଆସନ୍ତା ମାର୍ଚ୍ଚ ମାସରେ ବ୍ୟାଙ୍କ ୧୧ ଦିନ ବନ୍ଦ ରହିବ । ଯଦି ଆପଣଙ୍କର କିଛି ବ୍ୟାଙ୍କିଙ୍ଗ କାର୍ଯ୍ୟ ଥାଏ, ତେବେ ଆଜିଠାରୁ ସବୁ କାମ ସାରି ଦିଅନ୍ତୁ । ଆରବିଆଇ ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ଦିବସ ରହିବା କିଛି ଆଞ୍ଚଳିକ ଉତ୍ସବ ପଡ଼ୁଥିବାରୁ ବ୍ୟାଙ୍କ ଉକ୍ତ ଦିବସମାନଙ୍କରେ ବନ୍ଦ ରହିବ । ଏହି ପର୍ବପର୍ବାଣି ଦିବସମାନଙ୍କରେ ଦେଶରେ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବା ସହ କିଛି ରାଜ୍ୟରେ ଖୋଲା ରହିବ ।

Get real time updates directly on you device, subscribe now.