fbpx

ଆପଣ ପର୍ଣ୍ଣ ଭିଡିଓ ଦେଖୁଛନ୍ତି କି? ହୋଇଯାଆନ୍ତୁ ସାବଧାନ, ପୋଲିସ ରଖୁଛି ତୀକ୍ଷ୍ଣ ନଜର

ନୂଆଦିଲ୍ଲୀ, ୨୪ା୨: ପର୍ଣ୍ଣ ଭିଡିଓ ଦେଖୁଥିବା ଲୋକମାନେ ହୋଇଯାଆନ୍ତୁ ସାବଧାନ । ଇଣ୍ଟରନେଟରେ ଆପଣ ସର୍ଚ୍ଚ କରୁଥିବା ପ୍ରତ୍ୟେକ ଜିନିଷ ଉପରେ ପୋଲିସ ରଖୁଛି ତୀକ୍ଷ୍ଣ ନଜର । ସ୍ମାର୍ଟଫୋନରେ ପର୍ଣ୍ଣ ସାଇଟ ସର୍ଚ୍ଚ କରିବା ମାତ୍ରେ ମେସେଜ ପଠାଇବା ସହ ଘରେ ପହଞ୍ଚି ଯାଉଛି ପୋଲିସ । ନାରୀ ସୁରକ୍ଷା ଓ ଅପରାଧକୁ ରୋକିବା ପାଇଁ ନିକଟରେ ଉତ୍ତରପ୍ରଦେଶ ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛିଦିନ ଧରି ଉତ୍ତରପ୍ରଦେଶରେ ନାରୀ ହିଂସା, ଅତ୍ୟାଚାର ପ୍ରବଳ ମାତ୍ରାରେ ବଢ଼ିଚାଲିଛି । ଏହାକୁ ରୋକିବା ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ୟୁପି ୱିମେନ ପାୱାର ଲାଇନ ୧୦୯୦ନାମକ ଏକ ଟିମ୍ ଏଥିପାଇଁ ଗଠନ କରାଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଏହି ଅପରେସନ କାର୍ଯ୍ୟକାରୀ କରାଯାଇଛି । ଖୁବଶୀଘ୍ର ସମଗ୍ର ରାଜ୍ୟରେ ଏହି ଅପରେସନ କାର୍ଯ୍ୟକାରୀ କରାଯିବ ବୋଲି ୟୁପି ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.