fbpx

ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢ଼େଇ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୪ା୨ (ଓଡିଶା ଭାସ୍କର): ଦିବ୍ୟାଙ୍ଗଙ୍କୁ ବିବାହ କଲେ ଏଣିକି ମିଳିବ ଅଢ଼େଇ ଲକ୍ଷ ଟଙ୍କା । ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ଦିବ୍ୟାଙ୍ଗଙ୍କୁ ବିବାହ କଲେ ପ୍ରୋତ୍ସାହନ ରାଶି ୫୦ ହଜାର ଟଙ୍କା ରହିଥିଲା । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ ।

ସୂଚନାଯୋଗ୍ୟ ଯେ, ଦିବ୍ୟାଙ୍ଗଙ୍କୁ ମାନସିକ ସ୍ତରରେ ମଜବୁତ କରିବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରସ୍ତାବ ଦିଆଯାଇଥିଲା । ଏଥିପାଇଁ ଆବଶ୍ୟକ ସାର୍ଟିଫିକେଟ ରହିଥିଲେ ବିଭିନ୍ନ କିସ୍ତିରେ ଟଙ୍କା ଆସିବ । ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତିଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଇଛି ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.