fbpx

ଅବୈଧ ସମ୍ପର୍କ ସନ୍ଦେହ: ରାସ୍ତା ଉପରେ ପତ୍ନୀଙ୍କୁ ହତ୍ୟା କଲେ ପତି, ଲୋକେ ବନାଇଲେ ଭିଡିଓ

ନୂଆଦିଲ୍ଲୀ, ୧ା୩: ଉତ୍ତରପ୍ରଦେଶର ପ୍ରୀତିନଗର ଅଞ୍ଚଳରେ ଅବୈଧ ସମ୍ପର୍କ ସନ୍ଦେହରେ ପତ୍ନୀଙ୍କୁ ହତ୍ୟା କରିଛନ୍ତି ପତି । ଉକ୍ତ ମହିଳା ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ ମଧ୍ୟ ଦେଖଣାହାରୀମାନେ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିବାରେ ଲାଗିଥିଲେ । କେହି ଜଣେ ହେଲେ ବି ମହିଳାଙ୍କୁ ହସ୍ପିଟାଲକୁ ନେବାର ପ୍ରଚେଷ୍ଟା କରିନଥିଲେ ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ମହିଳା ଜଣକ ଅବୈଧ ସମ୍ପର୍କ ରଖୁଥିବାରୁ ଯୁବକ ଜଣକ ଏନେଇ ତାଙ୍କୁ ବାରମ୍ବାର ବୁଝାଇଥିଲେ । ଏପରିକି ଗାଁକୁ ଚାଲିଯିବା ସହ ତଲାକ ଦେବାକୁ କହିଥିଲେ । ମାତ୍ର ମହିଳା ଜଣକ କୌଣସି କଥାରେ ରାଜି ହୋଇନଥିଲେ । ଫଳରେ ଯୁବକ ଜଣକ କ୍ରୋଧାନ୍ୱିତ ହୋଇ ମହିଳାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.