fbpx

ସର୍ପାଘାତରେ ହୋଇଥିଲା ମହିଳାଙ୍କ ମୃତ୍ୟୁ, ୪୨ ବର୍ଷ ପରେ ପୁଣି ଫେରିଲେ ଘରକୁ

ଉତ୍ତରପ୍ରଦେଶର କାନପୁରର ଏକ ଗାଁରେ ଏକ ଅଜବ ଘଟଣା ଘଟିଛି । ସାପ କାମୁଡ଼ାରେ ଜଣେ ୪୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ମହିଳା ଜଣକ ୪୨ ବର୍ଷ ପରେ ପୁଣି ନିଜ ଘରକୁ ଫେରିଆସିଛନ୍ତି । ବର୍ତ୍ତମାନ ମହିଳାଙ୍କୁ ୮୨ ବର୍ଷ ବୟସ ହୋଇଥିବା ବେଳେ ତାଙ୍କୁ ଦେଖିବା ପାଇଁ ପାଖ ପଡ଼ୋଶୀଙ୍କ ଭିଡ଼ ଲାଗିଛି ।

ଘଟଣାଟି ଘଟିଛି କାନପୁରର ଇନାୟତପୁର ଗ୍ରାମରେ । ୧୯୭୬ ମସିହାରେ ମହିଳାଙ୍କୁ ଏକ ବିଷଧର ସର୍ପ କାମୁଡ଼ି ଦେଇଥିଲା । ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ତେଣୁ ପରିବାର ଲୋକେ ତାଙ୍କର ଶବକୁ ଗଙ୍ଗାନଦୀରେ ଅନ୍ତିମ ସଂସ୍କାର କରିଦେଇଥିଲେ । ମହିଳା ଜଣକ କହିଛନ୍ତି ଯେ, ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ହୋଇନଥିଲା, ସେ ବେହୋସ ହୋଇଯାଇଥିଲେ । ନିକଟସ୍ଥ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେଇଛନ୍ତି । ମହିଳା ଜଣକ ନିଜର ସ୍ମୃତିଶକ୍ତି ହରାଇଥିଲେ । ଏପରିକି ସେ ନିଜର ଘର ଠିକଣା ମଧ୍ୟ ଭୁଲି ଯାଇଥିଲେ । ଲୋକଙ୍କୁ ପଚାରି ପଚାରି ସେ ଶେଷରେ ନିଜର ଜନ୍ମଭୂମିକୁ ଫେରି ଆସିବାରେ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.