fbpx

ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡା,୧୦ ।୩(ଓଡିଶା ଭାସ୍କର): ନୂଆପଡାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କୋମନା ବ୍ଲକ ତିଖାଲି ଡ୍ୟାମ ସାଇଟରେ ଉଦଘାଟନ କରିଛନ୍ତି ନବୀନ  । ନୂଆପଡ଼ା ତିଖାଲିରେ ୧୭୫୪ କୋଟି ବ୍ୟୟରେ ହୋଇଛି ଜଳସେଚନ ପ୍ରକଳ୍ପ  । ପ୍ରକଳ୍ପ ଯୋଗୁଁ ପ୍ରାୟ ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ମଧ୍ୟ ଉପସ୍ଥିତ ରହିଛନ୍ତି  ।

Get real time updates directly on you device, subscribe now.