ବଚନସୁଧା ହତ୍ୟା: ଦୋଷୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ବଚନସୁଧା ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି । ଏହି ମାମଲାରେ ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି ହୋଇଛି । ଦୋଷୀ ପାଇଁ ଦଣ୍ଡ ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ।

ତେବେ ୨୦୧୩ ସେପ୍ଟମ୍ବର ୧୩ରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା । ରସୁଲଗଡ ସ୍ଥିତ ଘରେ ବଚନସୁଧାଙ୍କୁ ହତ୍ୟା ହୋଇଥିଲା । ଘରର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଦୀପ୍ତି ବଚନସୁଧାଙ୍କୁ ହତ୍ୟା କରିଥିଲା । ଟଙ୍କା, ସୁନା ଲୁଟ୍ ପାଇଁ ଦୀପ୍ତି ବଚନସୁଧାଙ୍କୁ ଛୁରି ଭୁସସି ହତ୍ୟା କରିଥିଲା । ଘଟଣାରେ ୧୮ ଜଣ ସାକ୍ଷୀ ଓ ପାରିପାଶ୍ୱିର୍କ ପ୍ରମାଣକୁ ଦେଖି ଦଣ୍ଡବିଧାନ କରାଯାଇଛି ।