ହାଇଦ୍ରାବାଦ, ୨୦ା୩: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଆସନ୍ତା ୨୨ ତାରିଖରେ ବିଧାନସଭାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବେ । ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଅଫଲାଇନ କ୍ଲାସକୁ ବନ୍ଦ କରିବା ଓ ସମସ୍ତଙ୍କୁ ଉଚ୍ଚ ଶ୍ରେଣୀକୁ ପଦୋନ୍ନତି ଦେବା ଉପରେ ସରକାର ବିଚାର କରୁଛନ୍ତି ।
ସୂଚନାଯୋଗ୍ୟ ଯେ, କରୋନା ଯୋଗୁଁ ଗତବର୍ଷ ମାର୍ଚ୍ଚ ମାସରୁ ଚଳିତ ବର୍ଷ ଫେବୃଆରୀ ମାସ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା । ଚଳିତ ବର୍ଷ ଫେବୃଆରୀ ମାସରେ ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ ସ୍କୁଲ ଖୋଲିଥିଲା । କିନ୍ତୁ ବର୍ତ୍ତମାନ କରୋନାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରୀ ଓ ବେସରକାରୀ ସ୍କୁଲ, ହଷ୍ଟେଲକୁ ବନ୍ଦ କରାଯିବା ସହ ଛାତ୍ରଛାଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ କରାଇବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ଚାଲିଛି ।