fbpx

ବ୍ରାହ୍ମଣୀ ନଦୀରେ ବୁଡି ଜଣେ ମୃତ, ଜଣେ ନିଖୋଜ

କେନ୍ଦ୍ରାପଡା,୩୧ ।୩(ଓଡିଶା ଭାସ୍କର): କେନ୍ଦ୍ରାପଡା ଅନ୍ତର୍ଗତ ବ୍ରାହ୍ମଣୀ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ଏବେବି ଜଣେ ନିଖୋଜ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ନିକିରାଇ ଥାନା ଧୂମାତ ଶାସନ ଗୋବରଗାଡିଆ-ଅଳପୁଅ ବ୍ରାହ୍ମଣୀ ଘାଟରେ ଘଟିଛି ଏହି ଅଘଟଣ । ମୃତ ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଗୋବରଗାଡ଼ିଆ ଗାଁର ସୌମ୍ୟ ରଂଜନ ଦାସ । ସୌମ୍ୟ ରଞ୍ଜନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇ ଥିବା ତାଙ୍କ ପଡୋଶୀ ନବମ ଶ୍ରେଣୀ ଛାତ୍ର ସ୍ମୃତି ରଞ୍ଜନଙ୍କ ଏଯାଏଁ ପତ୍ତା ମିଳିପାରି ନାହିଁ ।

ଖବର ଅନୁସାରେ, ଠାକୁରଙ୍କ ହୋଲି ଖେଳ ପରେ ବ୍ରାହ୍ମଣୀ ଘାଟରେ ୪ ସାଙ୍ଗ ଗାଧୋଇଥିଲେ । ଏହି ଦୁଇ ଜଣ ନିଜ ଅଜଣାତରେ ଗଭୀର ପାଣିକୁ ଚାଲି ଯାଇଥିଲେ । ତେବେ ସୌମ୍ୟ ରଞ୍ଜନ ଓ ସ୍ମୃତି ରଞ୍ଜନଙ୍କୁ ଗଭୀର ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ତାଙ୍କର ଅନ୍ୟ ଦୁଇ ବନ୍ଧୁ । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.