fbpx

ସନ୍ଧ୍ୟା ୭ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’, ୧୪ ଲକ୍ଷରୁ ଅଧିକ କରିଛନ୍ତି ରେଜିଷ୍ଟ୍ରେସନ୍

ନୁଆଦିଲ୍ଲୀ,  ୭ା୪ (ଓଡିଶା ଭାସ୍କର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ଚର୍ଚ୍ଚିତ ବାର୍ଷିକ କାର୍ଯ୍ୟକ୍ରମ “ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ମାନଙ୍କ ସହ କଥାବାର୍ତ୍ତା କରିବେ । ଏହି କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ତେବେ କରୋନା ମହାମାରୀକୁ ନଜରରେ ରଖି ଚଳିତ ବର୍ଷ “ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୧୪ ଲକ୍ଷ ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ରେଜିଷ୍ଟ୍ରେସନ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ଏଥିରେ ଛାତ୍ରଛାତ୍ରୀ ମାନେ କିପରି ବିନା ଚାପରେ ପରୀକ୍ଷା ଦେବେ ସେନେଇ ଆଲୋଚନା କରିବେ । ଏହାବ୍ୟତୀତ ସେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । ପ୍ରଧାନମନ୍ତ୍ରୀ ଆଜି ଏନେଇ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଏକ ନୂଆ ଫର୍ମାଟରେ ବିଭିନ୍ନ ବିଷୟକୁ ନେଇ ପରୀକ୍ଷାର୍ଥୀ, ଅବିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ଆକର୍ଷଣୀୟ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ହେବ ।

Get real time updates directly on you device, subscribe now.