fbpx

କରୋନା କାଳରେ ବି ବଢିଛି ଆୟକର ସଂଗ୍ରହ, ଅନୁମାନଠାରୁ ରହିଛି ଅଧିକ କଲେକ୍ସନ

ନୂଆଦିଲ୍ଲୀ , 10/4 : କରୋନା କାଳରେ ମଧ୍ୟ ଆୟକର ରିଟର୍ଣ୍ଣ ଦ୍ୱାରା ସରକାରଙ୍କ ରାଜସ୍ୱ ବୃଦ୍ଧିପାଇଛି । କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (CBDT) ଅନୂସାରେ ୨୦୨୦-୨୧ ମସିହାରେ ପ୍ରତ୍ୟେକ୍ଷ କର ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୫% ଅଧକ ରହିଛି ।

କର୍ପୋରେଟ ଟ୍ୟାକ୍ସରୁ ୪.୫୭ ଲକ୍ଷ କୋଟି ଆୟକର ସଂଗ୍ରହ
CBDT  ର ତଥ୍ୟ ଅନୁସାରେ ଆୟକର ଦ୍ୱାରା ହେଉଥିବା ସରକାରଙ୍କର ରଜସ୍ୟ ସଂଗ୍ରହ ମଧ୍ୟରୁ କେବଳ ୪.୪୭ ଲକ୍ଷ କୋଟି କର୍ପୋରେଟ ଟ୍ୟାକ୍ସ ରହିଛି । ଯେତେବେଳେକି ସାଧାରଣ ଜନତା ତଥା ବ୍ୟକ୍ତିଗତ ଟ୍ୟାକ୍ସ ୪.୮୮ ଲକ୍ଷ କୋଟି ରହିଛି ।
ବଜେଟ ଅନୁମାନର ୧୦୪% ହୋଇଛି ଆୟକର ସଂଗ୍ରହ
CBDT ର ସୁଚନା ଅନୁଯାୟୀ ସରକାର ୨୦୨୦-୨୧ ପାଇଁ ୯.୦୫ ଲକ୍ଷ କୋଟିର ଆୟକର ସଂଗ୍ରହର ଲକ୍ଷ ରହିଥିଲେ । ହେଲେ ୯.୪୫ ଲକ୍ଷ କୋଟିର ଆୟକର ସଂଗ୍ରହ କରାଯାଇଛି । ଏହା ଦ୍ୱାରା ପ୍ରତ୍ୟେକ୍ଷ କର ସଂଗ୍ରହ ବଜେଟ ଅନୁମାନର ୧୦୪.୪୬% ରହିଛି ।
୪.୯୫ ଲକ୍ଷ କୋଟିର ଆଡଭାନ୍ସ ଟ୍ୟାକ୍ସ ସଂଗ୍ରହ
ଆୟକର ରିଫଣ୍ଡ କରିବା ପୂର୍ବରରୁ ସରକାରଙ୍କୁ ଆଡଭାନ୍ସ ଟ୍ୟାକ୍ସ ବାବଦକୁ ପ୍ରାୟ ୪,୯୫ ଲକ୍ଷ କୋଟି ରାଜସ୍ୱ ମିଳିଥିଲା । ଏହା ଛଡା ଟିଡିଏସ ରେ ୫.୪୫ ଲକ୍ଷ କୋଟି ଏବଂ ସ୍ୱ-ଆକଳନ ଦ୍ୱାରା ୧.୦୭ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଛି ।
ଏକ ବୟାନ ରେ ବିତ୍ତ ମନ୍ତ୍ରାଳୟ କହିଛି “ଅସୁବିଧା ସମୟରେ ମଧ୍ୟ ସରକାରଙ୍କୁ ଏଭଳି ଆଡଭାନ୍ସ ଟ୍ୟାକ୍ସ ମିଳିଛି ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୬.୭% ଅଧିକ” ।

ସମୁଦାୟ ୧୨ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟ:
ଲୋକଙ୍କୁ ଆୟକର ରିଫଣ୍ଡ କରିବା ପୂର୍ବରୁ ୧୨.୦୬ ଲକ୍ଷ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ଏଥିରେ କର୍ପୋରେଟ କଂପାନୀର ୬.୩୧ ଲକ୍ଷ କୋଟିର ଭାଗ ଥିବାବେଳେ ୫,୭୫ ଲକ୍ଷ କୋଟି ଭାଗ ସାଧାରଣ ଜନତା ଏବଂ ବ୍ୟକ୍ତିଗତ ଟ୍ୟାକ୍ସ ରହିଛି ।
୨.୬୧ ଲକ୍ଷ କୋଟି ଟଙ୍କାର ଆୟାକର ରିଫଣ୍ଡ:
୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ୨.୬୧ ଲକ୍ଷ କୋଟି ଟଙ୍କାର ଆୟାକର ରିଫଣ୍ଡ କରିଛନ୍ତି ଯାହା ୨୦୧୯-୨୦ ଆର୍ଥିକ ବର୍ଷର ୧.୮୩ ଲକ୍ଷ କୋଟି ଟଙ୍କା ଠାରୁ ୪୨.୧% ଅଧିକ ।

Get real time updates directly on you device, subscribe now.