fbpx

୭୩ ବର୍ଷୀୟା ମହିଳା ଖୋଜୁଛନ୍ତି ସାଥୀ, ସୋସିଆଲ ମିଡ଼ିଆରେ ଭାଇରାଲ୍

ନୂଆଦିଲ୍ଲୀ, ୧୧ା୪: ଆଜିକାଲି ସୋସିଆଲ ମିଡ଼ିଆରେ ଏକ ଘଟଣା ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଜଣେ ୭୩ ବର୍ଷୀୟା ମହିଳା ସାଥୀଟିଏ ଖୋଜୁଛନ୍ତି । ଏନେଇ ସେ ଖବରକାଗଜରେ ମାଟ୍ରିମୋନିଆଲରେ ବିଜ୍ଞାପନ ଦେଇଛନ୍ତି, ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । କର୍ଣ୍ଣାଟକର ଜଣେ ମହିଳା ସରକାରୀ ଚାକିରିରୁ ଅବସରରେ ନେବା ପରେ ଏକୁଟିଆ ରହିବାକୁ ଚାହୁଁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି । ତେଣୁ ସେ ଜଣେ ଜୀବନସାଥୀର ତଲାସରେ ରହିଛନ୍ତି । ପୂର୍ବରୁ ମହିଳାଙ୍କ ଛାଡ଼ପତ୍ର ହୋଇସାରିଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି । ତେଣୁ ନିଜର ସୁଖଦୁଃଖକୁ ବାଣ୍ଟିବା ପାଇଁ ସେ ଜଣେ ସାଥୀଙ୍କର ଆବଶ୍ୟକତାକୁ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.