fbpx

ହିନ୍ଦୀ କହିବାରୁ ଆଙ୍କରଙ୍କ ମଜାକ୍ ଉଡାଇଲେ ଏ.ଆର.ରହମାନ, ଏବେ ଦେଲେ ସଫେଇ

ନୁଆଦିଲ୍ଲୀ, ୧୧ା୪(ଓଡିଶା ଭାସ୍କର) : ଓସ୍କାର ବିଜେତା ଏ.ଆର.ରହମାନ କିଛି ଦିନ ହେବ ଗୋଟିଏ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏ.ଆର.ରହମାନ ନିଜ ଫିଲ୍ମ “99 songs” ର ପ୍ରୋମୋସନ୍ ପାଇଁ ଏକ ଇଭେଣ୍ଟ ପହଞ୍ଚିଥିଲେ । ସେଠାରେ ଥିବା ଆଙ୍କର୍ ହିନ୍ଦୀ କହିବାରୁ ତାଙ୍କ ମଜାକ୍ ଉଡାଇଥିଲେ । ତେବେ ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ୟୁଜର୍ସ ମାନେ ଭିଡିଓକୁ ଦେଖି ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଏହି ମାମଲାରେ ଏବେ ରହମାନ ସଫେଇ ଦେଇଛନ୍ତି । ସଫେଇରେ ସେ କହିଛନ୍ତି ଯେ, ଏହା କେବଳ ଏକ ମଜାକ୍ ଥିଲା ଏବଂ ଏହାକୁ ନେଇ କେହି ବି ସିରିୟସ୍ ହୁଅନ୍ତୁ ନାହିଁ ।

ପ୍ରୋମୋସନ୍ ଇଭେଣ୍ଟରେ ଫିଲ୍ମ “99 songs”ରେ ମୁଖ୍ୟ ଭୂମିକାରେ ଥିବା ବା ଲିଡ୍ ଆକ୍ଟର୍ ଏହାନ୍ ଭଟ୍ଟ ଏବଂ ଏ.ଆର.ରହମାନ୍ ଦୁହେଁ ଉପସ୍ଥିତ ଥିଲେ । ଆଙ୍କର୍ ରହମାନଙ୍କୁ ତାମିଲ ଭାଷାରେ ସ୍ୱାଗତ କରିଥିଲେ । କିନ୍ତୁ ଏହାନ୍ ଙ୍କୁ ହିନ୍ଦୀ ଭାଷାରେ ସ୍ୱାଗତ କରିଥିଲେ । ଏହି କଥାରେ ରହମାନ ଆଙ୍କର୍ ଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, “ହିନ୍ଦୀ?’ । ଆଉ ଏହା କହି ଷ୍ଟେଜ୍ ଉପରୁ ତଳକୁ ଚାଲି ଆସିଥିଲେ । ଆଉ ଏହି ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ତେବେ ଆଙ୍କର୍ ମଧ୍ୟ ଏନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ କେବଳ ଏହାନ୍ ଙ୍କୁ ଖୁସି କରିବା ପାଇଁ ହିନ୍ଦୀରେ କହିଥିଲେ । ବର୍ତ୍ତମାନ ରହମାନ ତାଙ୍କ ସଫେଇରେ କହିଛନ୍ତି ଯେ, “ମୁଁ କେବଳ ମଜାକ୍ କରୁଥିଲି’ ।

 

View this post on Instagram

 

A post shared by Surya (@suryasurya5073)

ରହମାନ ଆହୁରି ମଧ୍ୟ କହିଛନ୍ତି ଯେ, ‘ମତେ ଲାଗୁଛି ଆଙ୍କର୍ ଏହାନ୍ ଙ୍କୁ ଖୁସି କରିବା ପାଇଁ ହିନ୍ଦୀରେ କହିଥିଲେ କାରଣ ଏହାନ୍ ହିନ୍ଦୀ ଭଲ ଭାବରେ ବୁଝନ୍ତି । ଆଉ ଏଥିପାଇଁ ମୁଁ କହିଲି ଯେ ହିନ୍ଦୀ? ଆଉ ଷ୍ଟେଜ୍ ରୁ ଚାଲି ଆସିଲି । ଏହା କେବଳ ଏକ ମଜାକ୍ ଥିଲା । ଏହାକୁ ନେଇ କେହି ବି ସିରିୟସ୍ ହୁଅନ୍ତୁ ନାହିଁ । ଆଉ ମତେ ଲାଗୁଛି ମୋର ଅନେକ ଟଙ୍କା ବଞ୍ଚିଗଲା କାରଣ ଏହି ପ୍ରୋଗ୍ରାମର ଭିଡିଓ ଭାଇରାଲ୍ ହେଉଛି । ଲୋକଙ୍କ ସାମନାକୁ ମୋର ଏବଂ ଏହାନ୍ ର ମୁହଁ ଆସିଗଲା’ ।

Get real time updates directly on you device, subscribe now.