fbpx

ଆସାମ ନିର୍ବାଚନ:୪ଟି ବୁଥ୍ ରେ ହେବ ସାନି ମତଦାନ

ଆସାମ, 11/4 :  ଇଲେକ୍ସନ କମିସନ ଶନିବାର ଆସାମର ହାଲ୍ଫ ଲଙ୍ଗ ନିର୍ବାଚନ ମଣ୍ଡଳୀ ସହ ୪ଟି ବୁଥ୍ ରେ ଆସନ୍ତା ଏପ୍ରିଲ ୨୦ରେ ସାନି ମତଦାନ ହେବା ନେଇ ଘୋଷଣା କରିଛନ୍ତି । ହାଲ୍ଫ ଲଙ୍ଗ ନିର୍ବାଚନ ମଣ୍ଡଳୀରେ କେବଳ ୯୦ ଜଣ ଯୋଗ୍ୟ ଭୋଟର ଥିବାବେଳେ ୧୮୧ ଖଣ୍ଡ ଭୋଟ ଗ୍ରହଣ ହେଇଥିଲା । ଏଥିପାଇଁ କମିସନ ଏହାକୁ ଅମାନ୍ୟ କରିବା ସହ ଏଠାରେ ପୁଣିଥରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଆସାମର ଦୀମା ହାସାଓ ଜିଲ୍ଲାର ହାଲ୍ଫ ଲଙ୍ଗ ନିର୍ବାଚନ ମଣ୍ଡଳୀର 107(A)- ଖୋତଲିର ଏଲ ପି ସ୍କୁଲ ବୁଥରେ ୯୦ ଜଣ ଯୋଗ୍ୟ ଭୋଟରେ ଭୋଟ ଦେବାକୁଥିବାବେଳେ ୧୮୧ ଟି ଭୋଟ ଗ୍ରହଣ ହୋଇଥିଲା । ପ୍ରିସାଇଡିଙ୍ଗ ଅଫିସର ଏବଂ ପୋଲିଂ ଅଫିସରଙ୍କ କହିବାନୁଯାୟୀ ସେମାନେ ୧୦୭ – ଏଲ ପି ସ୍କୁଲ ଠାରେ ଏହାର ସହାୟକକାରୀ ବୁଥରେ ଭୋଟ ଦେବାପାଇଁ ଭୋଟରଙ୍କୁ ପଞ୍ଚିକୃତ କରାଇଥିଲେ ।
ରତାବାରୀ ନିର୍ବାଚନ ମଣ୍ଡଳୀର ଇନ୍ଦିରା ଏମ ଭି ୧୪୯ ବୁଥରେ ବିଜେପି ପ୍ରାର୍ଥିଙ୍କ ପତ୍ନିଙ୍କ ଗାଡିରୁ ଇଭିଏମ ଜବତ ହୋଇଥିଲା । ଫଳରେ ଏଠାରେ ମଧ୍ୟ ସାନି ମତଦାନ ପାଇ ଆଦେଶ ଦିଆଯାଇଛି । କରିମଗଞ୍ଜ ଜିଲ୍ଲା ଡେପୁଟୀ କମିସନର ଏବଂ ରିଟର୍ଣ୍ଣଂ ଅଫିସର ଏହି ଘଟଣାର ତଦନ୍ତ ର୍ନିଦ୍ଦେଶ ଦେଇଥଇଲେ । କେଉଁ ପରିସ୍ଥିତିରେ ପୋଲିଙ୍ଗ ଟିମ ଏବଂ ଇଭିଏମ ମେସିନ ବିଜେପି ପ୍ରାର୍ଥି ତଥା ଏମଏଲଏ କ୍ରିସନେନ୍ଦୁ ପଲଙ୍କ ଗାଡିରେ ଯାଉଥିଲା ।
ସେହିଭଳି ସୋଣାଇ ନିର୍ବାଚନ ମଣ୍ଡଳୀର ୪୬୩- ମଧ୍ୟ ଧାନେହୋରୀ ଏଲ ପି ସ୍କୁଲ ବୁଥରେ ପୋଲିସର ଫାୟାରିରେ ତିନି ଜଣ ଆହତ ହୋଇଥିଲେ । ବିଜେପି ପ୍ରାର୍ଥୀ ଆମିନୁଲ ହାକି ଲସ୍କର ଏହାକୁ ନେଇ ପୋଲିସ ଉପରେ ପ୍ରଶ୍ନକରିଥିଲେ । ଏହାପରେ ୫ ପୋଲିସକୁ ସସପେଣ୍ଡ କରାଯାଇଥିଲା । ରିପୋର୍ଟ ଅନୁଯାୟୀ ବୁଥ୍ ରେ ଅବ୍ୟବସ୍ଥାକୁ ନେଇ ମଧ୍ୟ ଧାନେହୋରୀ ବୁଥ୍ ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।

Get real time updates directly on you device, subscribe now.