fbpx

ହୋଟେଲରେ ଶିବସେନା-ଏନସିପି-କଂଗ୍ରେସ ବିଧାୟକଙ୍କ ପରେଡ଼

ମହାରାଷ୍ଟ୍ର,୨୫ା୧୧: ମହାରାଷ୍ଟ୍ର ରାଜନୀତିର ଆଉ ଏକ ରୋଚକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ଶିବସେନା-ଏନସିପି-କଂଗ୍ରେସ ଦଳ ବିଧାୟକ ମିଶି ପରେଡ଼ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମୁମ୍ବାଇର ହୟାତ ହୋଟେଲରେ ବିଧାୟକ ପରେଡ଼ କରିଥିବା ସୂଚନା ମିଳିଛି । ହୋଟେଲ ରୁମରେ ୧୬୨ ବିଧାୟକ ପରେଡ଼ କରିଛନ୍ତି । ଏହାସହିତ ହୟାତ ହୋଟେଲରେ ଉଦ୍ଧବ ଠାକରେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଆଦିତ୍ୟ ଠାକରେ ଉପସ୍ଥିତ ରହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ମହାରାଷ୍ଟ୍ରର ଶୁଣାଣି କରିବେ ସୁପ୍ରିମକୋର୍ଟ । ୨୩ତାରିଖ ଦିନ ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି ।

Get real time updates directly on you device, subscribe now.