fbpx

ମୃତ୍ୟୁ ପରେ ୫ ଜଣଙ୍କୁ ଦେଲେ ନୂଆ ଜୀବନ

କେରଳ ୧୫ ।୪(ଓଡିଶା ଭାସ୍କର) : ମୃତ୍ୟୁ ପରେ ପାଞ୍ଚ ଜଣଙ୍କୁ ଜୀବନ ଦାନ ଦେଲେ କେରଳର ୨୨ ବର୍ଷର ଯୁବକ । ଯୁବକ ଅକ୍ସନୋଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଯୁବକ ଜଣକ ନିଜ ଭଉଣୀ ଯୋସେଫିନ୍ କୁ ଆଣିବା ପାଇଁ ଯାଇଥିଲେ । ଯେ କି ଏକ କପଡା ଦୋକାନରେ କାମ କରନ୍ତି । ଯେତେବେଳେ ତାଙ୍କୁ ନେବାକୁ ଆସିିଥିବା ଭାଇ ଅକ୍ସନେଙ୍କୁ ଯୋସେଫିନ୍ ପାଇ ନଥିଲେ ସେତେବେଳେ ସେ ଚାଲି ଚାଲି ଘରକୁ ଫେରିଥିଲେ । ରାସ୍ତାରେ ଯିବା ବେଳେ ଗୋଟେ ଜାଗରେ କିଛି ଲୋକ ମେଳ ହୋଇଥିବାର ଯୋସେଫିନ୍ ଦେଖିଥିଲେ । ସେଠି ପହଞ୍ଚି ଦେଖନ୍ତି କି ତାଙ୍କ ଭାଇଙ୍କର କାର୍ ଦୁର୍ଘଟଣା ହୋଇଛି । ସଙ୍ଗେ ସଙ୍ଗେ ସେ କୋଲମରେ ଥିବା GMCH ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ଅକ୍ସନୋଙ୍କର ଅଙ୍ଗ ଦାନ କରିବା ପାଇଁ ତାଙ୍କ ମା ମେରି ଓ ଭଉଣୀ ଯୋସେଫିନ କହିଥିଲେ । ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁସାରେ ଏହି କେସଟିକୁ କେରଳା ରାଜ୍ୟ ସରକାରଙ୍କ ଅଙ୍ଗ ଦାନ ବିିଭାଗ ‘ମ୍ରିଥାସଞ୍ଜୀବନି’କୁ ହସ୍ତାନ୍ତର କରାଯାଇଥିଲା ।

GMCHର ଦୁଇ ଜଣ ରୋଗୀ ରୋହିତ ଏବଂ ସୁବିଶତଙ୍କ ଠାରେ ଅକ୍ସନୋଙ୍କର କିଡିନ୍ ପ୍ରତ୍ୟାରୋପଣ ହୋଇଥିବା ବେଳେ ହାର୍ଟ ଭଲବସ୍ ଶ୍ରୀ ଚିତ୍ରା ତିରୁନାଲ୍ ଇଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନିସ୍ ଏଣ୍ଡ ଟେକ୍ନୋଲୋଜି ହସ୍ପିଟାଲରେ ଥିବା ରୋଗୀଙ୍କ ଠାରେ ଲଗା ଯାଇଛି । ସେହିପରି ଲିଭର୍ କୋଚିରେ ଥିବା ଅମ୍ରିତା ଇଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନିସ୍ ର ରୋଗୀ ଠାରେ ପ୍ରତ୍ୟାରୋପଣ କରାଯାଛି । ଶବ ବ୍ୟବଛେଦ ପରେ ଅକ୍ସନୋଙ୍କ ମୃତଦେହ ତାଙ୍କ ଘରଲୋକଙ୍କୁ ହସ୍ତାନ୍ତର କରାଯିବ । ସେପଟେ ଅକ୍ସନୋ ନିଜ ଜନ୍ମଦିନ ପାଇଁ ଗୋଟିଏ ଦିନ ପୂର୍ବରୁ ଉତ୍ସହିତ ଥିଲେ । ଏହି ଜନ୍ମ ଦିନରେ ସେ ୨୩ ବର୍ଷରେ ପଦାର୍ପଣ କରିଥାନ୍ତେ ।

Get real time updates directly on you device, subscribe now.