fbpx

ମୁଖ୍ୟ ଶାସନ ସଚିବଙ୍କ କରୋନା ନେଇ କିଛି ଗୁରୁତ୍ୱପୁର୍ଣ୍ଣ ଘୋଷଣା

ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : କରୋନା ମୁକାବିଲା କରିବା କ୍ଷେତ୍ରରେ ପୁରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସୁଚନା ଦେଇଛନ୍ତି । ସେସବୁ ହେଲା;

୧. ଆସନ୍ତା କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ।
୨. ବାକି ୨୦ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ।
୩. ନାଇଟ୍ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସବୁ କାର୍ଯ୍ୟ ବନ୍ଦ ରହିବ ।
୪. ରାଜନୈତିକ ଶୋଭା ଯାତ୍ରା ଏବଂ ଧାର୍ମିକ ସମାବେଶ ବନ୍ଦ ରହିବ ।
୫. ବିବାହ କାର୍ଯ୍ୟରେ ୫୦ଜଣ ରହିବେ ଏବଂ ଅନ୍ତ୍ୟୋଷ୍ଟି କାର୍ଯ୍ୟରେ ୨୦ ଜଣଙ୍କୁ ରହିବାକୁ ଅନୁମତି ଦିଆଯିବ ।
୬. ସିନେମା ହଲ୍ ମାନଙ୍କରେ ୫୦ ପ୍ରତିଶତ ଲୋକ ଏକାଠି ବସି ଦେଖିପାରିବେ ।
୭. ଅପେରା ଯାତ୍ରା ଆଦିରେ ୧୦୦୦ ଲୋକ ରହିପାରିବେ ।
୮. ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରି ସହିତ ଜାରି ରହିବ ।
୯. ସମସ୍ତ ବେସରକାରୀ ଅଫିସ୍ ମାନଙ୍କରେ କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ ।
୧୦. ଉକ୍ତ ୧୦ ଜିଲ୍ଳା ହେଲା ସୁନ୍ଦରଗଡ, ଝାରୁସୁଗୁଡା, ବରଗଡ, କୋରାପୁଟ, ବଲାଙ୍ଗୀର ନୁଆପଡା, କଲାହାଣ୍ଡି , ନବରଙ୍ଗପୁର, ମାଲକାନାଗିରି ଏବଂ ସମ୍ବଲପୁର । ଏହିସବୁ ଜିଲ୍ଳାର ସହରାଞ୍ଚଳ ମାନଙ୍କରେ ମଧ୍ୟ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।
୧୧. ସବୁ ଅନ୍ତଃରାଜ୍ୟ ବସ୍ ବନ୍ଦ ରହିବ ।
୧୨. ସବୁ ଦୋକାନର କର୍ମଚାରୀ ମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ନଚେତ୍ ସିଲ୍ କରାଯିବ ।
୧୩. ଅଟୋ ଏବଂ ଟ୍ୟାକ୍ସିରେ ୨ ଜଣ ହିଁ ଯାଇପାରିବେ ତାଠାରୁ ଅଧିକ ନୁହେଁ ।

୧୪. ଅତ୍ୟାବଶ୍ୟକ ମାଲ୍ ପରିବହନ କାର୍ଯ୍ୟ ଜାରି ରହିବ ।
୧୫. ଓଡିଶାରେ ବସ୍ ସିଟ୍ ଅନୁସାରେ ଯାତ୍ରୀ ଯାଇପାରିବେ ।

Get real time updates directly on you device, subscribe now.