fbpx

ଦିଲ୍ଲୀରେ ହେଲା ଓଡ଼ିଶାରେ କେବେ ?

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) :ଓଡ଼ିଶାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇଦେବାକୁ ଦାବି ନେଇ ଆପ (AAP) ସଭାପତି ନିଶିକାନ୍ତ ମହାପାତ୍ର। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଠାରେ ଗତ ୭ ତାରିଖଠାରୁ ଧାରଣାରେ ବସିଛନ୍ତି ।
ସେ ଦାବି କରିଛନ୍ତି ରାଜ୍ୟ ସରକାର ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ମାଗଣାରେ ବିଜୁଳି ଯୋଗାଇ ଦିଅନ୍ତୁ । ସେ କହିଛନ୍ତି ଦିଲ୍ଲୀରେ ସରକାର ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଏବଂ ୪୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଅଧା କରିଥିବାବେଳେ ଓଡ଼ିଶା ସରକାର କାହିଁକି ଏଭଳି କରିପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଦିଲ୍ଳୀରେ ଆପ୍ ସରକାର ଆସିବା ପରଠାରୁ କେବେବି ଦରବୃଦ୍ଧି କରାଯାଇନାହିଁ ।
ଏପଟେ ଗତ ଏପ୍ରିଲ ୪ ତାରିଖରୁ ଲାଗୁ ହୋଇଥିବା ବିଦ୍ୟୁତ ଦରବୃଦ୍ଧିକୁ ପ୍ରତ୍ୟାହାର କରାଯିବାକୁ ସେ କହିଛନ୍ତି । ଏହି ବିଜୁଳି ଦରବୃଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ପ୍ରତିବାଦ ସହ ଦିଲ୍ଲୀ ମଡେଲର ଉଦାହାରଣ ଦେଇଥିଲେ ମଧ୍ୟ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଯୋଗାଇଦେବାକୁ ଏବଂ ସିଏଜି ଅଡିଟ କରିବା ପାଇଁ ଦାବି ଜଣାଇ ନାହାଁନ୍ତି ।
ଓଡ଼ିଶାରେ ୧୯୯୬ ରେ ଓଡ଼ିଶା ଷ୍ଟେଟ ଇଲେକ୍ଟ୍ରିସିଟି ବୋର୍ଡକୁ ଭାଙ୍ଗି ଏହାର ନାମ ଗ୍ରୀଡକୋ ରଖାଗଲା । ଗ୍ରୀଡକୋ ଏହାର କାମକୁ ୪ଟି କଂପାନୀକୁ ବାଣ୍ଟିଦେଇଥିଲା । ମାତ୍ର ନିକଟରେ ସରକାର ଏହାକୁ TATA POWER କୁ ୨୫ ବର୍ଷ ପାଇଁ ଳାଇସେନ୍ସ ପ୍ରଦାନ କରିଛନ୍ତି ।
ଗତ ସେପ୍ଟେମ୍ବରରେ ବିଜୁଳି ବିଲ ୟୁନିଟ ପିଛା ୨୦ ପଇସା ବଢିଥିବାବେଳେ ଏପ୍ରିଲ ୪ ତାରିଖରୁ TATA POWER କୁ ଘରୋଇ ଗ୍ରାହକମାନଙ୍କଠାରୁ ୟୁନିଟ ପିଛା ୩୦ ପଇସା ନେବା ପାଇଁ ଅନୁମତି ମିଳିଛି ।
ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ମାଗଣା କରିଥିଲା ଏବଂ ୪୦୦ ୟୁନିଟ ପର୍ଯ୍ୟନ୍ତ ବିଲର ଅଧା ମାଗଣା କରିଥିଲା ।
ସେଠାରେ ଅଗଷ୍ଟ ୨୦୧୫ ଅଗଷ୍ଟରେ ସିଏଜି ରିପୋର୍ଟ ଦାଖଲ ପରେ ଜଣା ପଡିଥିଲା ପ୍ରାଇଭେଟ କଂପାନୀମାନେ ୮୦୦୦ କୋଟି ଟଙ୍କାର ଦୁର୍ନୀତି କରି ତାହାକୁ ଗ୍ରାହକମାନଙ୍କ ଉପରେ ଲଦି ଦେଇଥିଲେ ।
ଦିଲ୍ଲୀ ସରକାର ଟ୍ରାନ୍ସଫରମର କ୍ଷମତାରେ ବୃଦ୍ଧି, ସରବରାହ କ୍ଷତିକୁ କମ୍ କରିଛନ୍ତି ଫଳରେ ଗ୍ରାହକଙ୍କୁ ଏହାର ଫାଇଦା ମିଳୁଛି । ଏଥିପାଇଁ ଏହା ଯୋଗୁଁ ଦିଲ୍ଲୀରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳିରେ ମାଗଣା କରିବାରେ ସହାୟକ ହୋଇଛି । ଏହାଦ୍ୱାରା ୭୫% ଦିଲ୍ଲୀବାସୀ ଉପକୃତ ହୋଇଛନ୍ତି । ଯେତେବେଳେକି ଦିଲ୍ଲୀ ସରକାରଙ୍କ ପାଖରେ ଗୋଟିଏ ବି ବିଦ୍ୟୁତ ଉତ୍ପାଦନ କରିବାର କ୍ଷମତା ନାହିଁ । ଦିଲ୍ଲୀ ସରକାର ବିଦ୍ୟୁତ କମ୍ପାନୀମାନଙ୍କଠାରୁ ଖୋଲା ବଜାରରୁ ବିଜୁଳି କିଣିଥାନ୍ତି, ତଥାପି ଗତ ୬ ବର୍ଷ ମଧ୍ୟରେ ବିଜୁଳି ଦର ବୃଦ୍ଧି କରାଯାଇନାହିଁ ।
ମାତ୍ର ଓଡ଼ିଶାରେ ବିଜୁଳି ଉତ୍ପାଦନ କ୍ଷମତା ଥାଇ ମଧ୍ୟ ବିଜୁଳି ବିଲ ବଢି ବଢି ଚାଲିଛି । ସରକାର ଛତିଶଗଡ଼, ବିହାର ଆଦି ରାଜ୍ୟକୁ ବିଜୁଳି ବିକ୍ରି ମଧ୍ୟ କରୁଛନ୍ତି । ଏହାଛଡା ବିଦ୍ୟୁତ ସରବରାହରେ ମଧ୍ୟ ବିଜୁଳି ନଷ୍ୟ ହେଉଛି । ଯାହା ଉପରେ ସରକାର ଧ୍ୟାନ ଦେଉନାହାଁନ୍ତି । ଆଧୁନିକ ଇନଫ୍ରାଷ୍ଟ୍ରକଚର ଏବଂ ଶକ୍ତି ବୃଦ୍ଧି ଦ୍ୱାରା ଏହି କ୍ଷତି କମାଇ ହେବ ।
ବହୁ ଦିନ ଧରି ବିଦ୍ୟୁତ ଗ୍ରାହକମାନେ ସରକାର, ଗ୍ରୀଡକୋ ଓ ବିତରକ କଂପାନୀ ମାନଙ୍କର ଅପାରଗତାର ବୋଝ ବୋହିଚାଲିଛନ୍ତି । ଯେତେ ଥର ଦର ବୃଦ୍ଧି ହୋଇଛି ସମସ୍ତେ ଅସହାୟ ଭାବରେ ତାହା ଦେଇଆସୁଛନ୍ତି । ଓଡ଼ିଶା ଏକ ବିଦ୍ୟୁତ ଉତ୍ପାଦନକାରୀ ଏବଂ ବଳକା ବିଦ୍ୟୁତର ରାଜ୍ୟ । ତେଣୁ ସରକାର ଏହି ଦାବି ମାନିବା ପାଇଁ ଦିଲ୍ଲୀ ଅପେକ୍ଷା ଅଧିକ ସକ୍ଷମ ।
ବିଦ୍ୟୁତ ଦର ବୃଦ୍ଧି ଘୋଷଣା କରିବା ପାଇଁ କୌଣସି ସରକାର ଆସିନାହାନ୍ତି । ଓଇଆରସି ସମ୍ପାଦକ ଏହି ଘୋଷଣା କଲେ । ଶକ୍ତି ମନ୍ତ୍ରୀ ମଧ୍ୟ ଚୁପ ରହିଛନ୍ତି । ଏମିତି କରି ସରକାର ଖସି ପାରିବେ ନାହିଁ । ଲୋକେ ବିଜେଡ଼ିକୁ ଭୋଟ ଦେଇ ଜିତାଇଛନ୍ତି । ସରକାରଙ୍କୁ ଏହି ଦାବି ମାନିବାକୁ ପଡିବ । ଏମିତି ନୁହେଁ କି କେବଳ ଆପ ଏହି ଦାବି କରିଛି, ଅନ୍ୟ ଦଳମାନେ ମଧ୍ୟ ଏହି ଦାବି କରିଛନ୍ତି । ପଶ୍ଚିମ ବଙ୍ଗରେ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ମାଗଣା କରିବ । ଆସାମ ପାଇଁ ମଧ୍ୟ କଂଗ୍ରେସର ଏହି କଥା କହିଛି । ଏହାକୁ ନେଇ ଆପ ଓଡ଼ିଶା ସଭାପତି ୭ ତାରିଖରୁ ଧାରଣା ଦେଇଛନ୍ତି ।

Get real time updates directly on you device, subscribe now.