fbpx

ନଷ୍ଟ ହେଲାଣି ୪୪ ଲକ୍ଷ କୋଭିଡ୍ ଟିକାର ଡୋଜ୍: ଆରଟିଆଇ

ନୂଆଦିଲ୍ଲୀ, ୨୦ ।୪ (ଓଡିଶା ଭାସ୍କର)   : ଦେଶର କରୋନା ମହାମାରୀର ଦ୍ୱିତୀୟ ଲହର ଆତଙ୍କ ଖେଳାସାରିଲାଣି । କିଛି ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇଛିି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହିଭଳି ସମୟରେ କେନ୍ଦ୍ର ସରକାର ଟିକାକରଣ ଉପରେ ଅଧିକ ଫୋକସ୍ କରୁଛନ୍ତି । ଏହାପରେ ବି ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ସମୟରେ ଟିକାର ଅଭାବ ଦେଖାଦେଇଛି । ତେଣୁ କେନ୍ଦ୍ର ସରକାର ଟିକା ଉତ୍ପାଦନର ମାତ୍ରା ବଢ଼ାଇବାକୁ ଫାର୍ମା କମ୍ପାନୀ ମାନଙ୍କ ସହ କଥା ହୋଇଛନ୍ତି । ଏଥିସହ ବିଦେଶୀ ଟିକାକୁ ଦେଶରେ ବ୍ୟବହାର କରିବାକୁ ଅନୁମତି ଦେଉଛନ୍ତି । ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ ଆଦି ରାଜ୍ୟରେ ଚିକିତ୍ସା ଏବଂ ଟିକା ଅଭାବରୁ ଲୋକେ ପ୍ରାଣ ହରାଉଛନ୍ତି । ହେଲେ ଏହା ଭିତରେ ଏକ ସଙ୍ଗୀନ ତଥ୍ୟ ଉପରୁ ପରଦା ଉଠାଇଛନ୍ତି ଆରଟିଆଇ ।

ଆରଟିଆଇଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଦେଶରେ ଏ ପର୍ଯ୍ୟନ୍ତ ୪୪ ଲକ୍ଷ ଟିକାର ଡୋଜ୍ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନ ମଧ୍ୟରେ ଏଯାବତ୍ ୪୪ ଲକ୍ଷରୁ ଅଧିକ ଡୋଜ୍ ନଷ୍ଟ ହୋଇଯାଇଛି । ସବୁଠାରୁ ଅଧିକ ତାମିଲନାଡୁରେ ନଷ୍ଟ ହୋଇଥିବା ଜଣାପଡିଛି । ସେଠାରେ ୧୨.୧୦ ପ୍ରତିଶତ ଟିକା ନଷ୍ଟ ହୋଇଛି । ଏହା ପଛକୁ ରହିଛି ହରିୟାଣା(୯.୭୪%), ପଞ୍ଜାବ ( ୮.୧୨%), ମଣିପୁର (୭.୮%) ଏବଂ ତେଲେଙ୍ଗାନା (୭.୫୫%) ।

ସେହିପରି ଟିକା ନଷ୍ଟ ହେବାର ଅନ୍ୟ କାରଣ ମଧ୍ୟ ରହିଛି । ଟିକା ଦେବାର ଏକ ନିର୍ଦ୍ଦିଷ୍ଟ ସମୟ ଥାଏ । ଯେବେ ପ୍ରଥମ ଥର ପାଇଁ ଟିକା ଦିଆଯିବା ଆରମ୍ଭ ହୋଇଥିଲା ସେତେବେଳେ ଅଧିକାଂଶ ଲୋକ ଟିକା ନେବାକୁ ଆସୁନଥିଲେ । ଖୁବ୍ କମ୍ ସଂଖ୍ୟାରେ ଲୋକ ଟିକା ନେବା କ୍ଷେତ୍ରରେ ଆଗଉଥିଲେ । ଅନ୍ୟପଟେ, ଟିକାର ଗୋଟିଏ ବାୟଲରେ ୧୦ରୁ ୧୨ ଟି ଡୋଜ୍ ଥାଏ । ଆଉ ବାୟଲ୍ ଖୋଲିବା ପରେ ଏହା ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବ୍ୟବହାରଯୋଗ୍ୟ ହୋଇଥାଏ । ଆଉ ସେହି ନିର୍ଦ୍ଦିଷ୍ଟ ସମୟ ଅତିକ୍ରମ କରିବା ପରେ ଏହା ନଷ୍ଟ ହୋଇଯାଏ ।

ସୁଚନାଯୋଗ୍ୟ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ଗୁରୁତ୍ୱାରୋପ କରି ୧୮ ବର୍ଷରୁ ଉଦ୍ଧ୍ୱର୍ ବୟସର ବ୍ୟକ୍ତିବିଶେଷଙ୍କୁ ମେ ୧ତାରିଖରୁ ଟିକା ଦିଆଯିବା ଆରମ୍ଭ କରାଯିବ । କେନ୍ଦ୍ର ସରକାର ଗତ କାଲି ଏନେଇ ଘୋଷଣା କରିଛନ୍ତି । ତେଣୁ ଦେଶରେ ଟିକା ଅଧିକ ରୁ ଅଧିକ ଦରକାର ପଡିବ । ହେଲେ ଟିକା ପ୍ରସ୍ତୁତକାରୀ କମ୍ପାନୀ ଗୁଡିକ ପାଇଁ ଏତେ ପରିମାଣର ଟିକା ତିଆରି କରିବା ସମ୍ଭବପର ନୁହେଁ । ତେଣୁ କେନ୍ଦ୍ର ସରକାର ବିଦେଶୀ କମ୍ପାନୀ ମାନଙ୍କୁ ଟିକାକୁ ବ୍ୟବହାର କରିବା ନିମନ୍ତେ ଅନୁମତି ଦେଉଛନ୍ତି ।

Get real time updates directly on you device, subscribe now.