fbpx
BSKY SKY
BSKY SKY

ସ୍ଥଗିତ ହେଲା UGC-NET ପରୀକ୍ଷା

BSKY

ଭୁବନେଶ୍ୱର ୨୦ ।୪ (ଓଡିଶା ଭାସ୍କର) : UGC-NET ପରୀକ୍ଷା ସ୍ଥଗିତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି NTA ପକ୍ଷରୁ ପରୀକ୍ଷା ସ୍ଥଗିତ କରାଯାଇଛି । ପରୀକ୍ଷା ନେଇ ପରବର୍ତ୍ତି ତାରିଖ ଜଣାଇ ଦିଆଯିବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପରୀକ୍ଷାର ୧୫ ଦିନ ପୂର୍ବରୁ ସଂଶୋଧିତ ତାରିଖ ଜଣାଇ ଦିଆଯିବ ବୋଲି NTA ପକ୍ଷରୁ କୁହାଯାଇଛି । ।

ସେପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୭୬୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି । ଦିନକରେ ୨ ଲକ୍ଷ ୫୯ହଜାର ୧୭୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.