fbpx

୭ ଦିନ ଲକଡାଉନ୍ ଘୋଷଣା କଲେ ଏହି ରାଜ୍ୟ ସରକାର

ଦେଶରେ ବଢୁଥିବା କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢି ଚାଲିଛି । ଏହାକୁ ଦେଖି ଅନେକ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି । କରୋନାର ପ୍ରଭାବକୁ ଭାଙ୍ଗିବା ପାଇଁ ଝାଡଖଣ୍ଡ ସରକାର ନିଜ ରାଜ୍ୟକୁ ଲାକଡାଉନ୍ କରିବା ପାଇଁ ନିଷ୍ପତି ନେଇଛି । ୭ ଦିନ ଲକଡାଉନ୍ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛି । ଏନେଇ ଏପ୍ରଲି ୨୨ ତାରଖ ସନ୍ଧ୍ୟାରୁ ୨୯ ତରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଲାକଡାଉନ୍ କରାଯିବ । ଏହି ୭ ଦିନ ଲକଡାଉନକୁ ‘ସ୍ୱାସ୍ଥ୍ୟ ସୁରକ୍ଷା ସପ୍ତାହ’ ନାମ ଦିଆଯାଇଛି । ଏହାର ନାମକରଣ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।

ଲକଡାଉୁନ୍ ଘୋଷଣା ପୂର୍ବରୁ ଏନେଇ ମୁଖ୍ୟମନ୍ତ୍ରୀ ସୋରେନ ଏକ ବୈଠକ ଡକାଇଥିଲେ । ଯେଉଁଥିରେ ୭ ଦିନ ଲକଡାଉନ୍ ପାଇଁ ନିଷ୍ପିତ୍ତି ନିଆଯାଇଛି  । ରାଜ୍ୟରେ ଲକଡାଉନ୍ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ମାରାଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଫୋନରେ କଥା ହୋଇଥିଲେ । ସେପଟେ ବଡୁଥିବା କରୋନା ସଂକ୍ରମଣକୁ ଦେଖି ରାଜ୍ୟର ବ୍ୟବସାୟୀମନେ ନିଜେ ନିଜେ ଲକଡାଉନ୍ ପାଳନ କରି ଦୋକାନ ବନ୍ଦ ରଖିଛନ୍ତି ।

 

Get real time updates directly on you device, subscribe now.