fbpx

ପ୍ରଥମ ଥର ସଲମାନ ଅନସ୍କ୍ରିନ୍ କଲେ ଏପରି କାମ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ “ରାଧେ”ର ଟ୍ରେଲର୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ତେଣୁ ଏବେ ସେ ଫିଲ୍ମ ପ୍ରମୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ହେଲେ କରୋନା ପାଇଁ ଏହି ବିଗ୍ ବଜେଟର ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ବୋଲି ଘୋଷଣା ହୋଇସାରିଛି । ତେବେ ଆମେ ସମସ୍ତେ ଜାଣିଛୁ ଯେ ସଲମାନ ପରଦା ଉପରେ ଯେତିକି ରୋମାଣ୍ଟିକ୍ ସେତିକି ଗ୍ରେସଫୁଲ୍ ମଧ୍ୟ । ହେଲେ ଫିଲ୍ମ “ରାଧେ: ୟୋର୍ ମୋଷ୍ଟ ୱାଣ୍ଡେଡ୍ ଭାଇ”ରେ ସଲମାନ ଟିକେ ଅଧିକା ରୋମାଣ୍ଟିକ୍ ହୋଇଯାଇଛନ୍ତି । କାରଣ ଫିଲ୍ମରେ ଭାଇଜାନଙ୍କ ନାୟିକା ସାଜିଥିବା ଦିଶା ପଟାନୀଙ୍କ ସହ ସେ ଲିପ୍ ଲକ୍ କରୁଥିବା ନଜର ଆସିଛନ୍ତି । ଆଉ ଦେଖିଲେ ଲାଗୁଛି ସେ ତାଙ୍କର ନୋ-କିସ୍ ପଲିସିକୁ ଭାଙ୍ଗିସାରିଛନ୍ତି । ଏହା ପୂର୍ବରୁ ସେ କୌଣସି ବି ଫିଲ୍ମ ରେ ଅଭିନେତ୍ରୀଙ୍କୁ କିସ୍ କରିନଥିଲେ । ତାଙ୍କ କହିବା କଥା ଯେ, ଫିଲ୍ମରେ କିସ୍ କରିବା ଜରୁରୀ ନୁହେଁ । ହେଲେ ସେ ତାଙ୍କ ସେହି ପଲିସିକୁ ଏହି ଫିଲ୍ମରେ ଭାଙ୍ଗିଦେଇଛନ୍ତି ।

ଫିଲ୍ମ “ରାଧେ: ୟୋର୍ ମୋଷ୍ଟ ୱାଣ୍ଡେଡ୍ ଭାଇ”ରେ ଅଭିନେତ୍ରୀ ଦିଶା ପଟାନୀଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଛି । ତେବେ ଏହା ଟ୍ରେଲର୍ ରେ ମାତ୍ର କିଛି ସେକେଣ୍ଡ ପାଇଁ ଦେଖିବାକୁ ମିଳିଛି । ତେବେ ସଲମାନଙ୍କ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଯାଇଛି । ଏହାକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏଥିରେ ରଣଦୀନ ହୁଡାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା । ଆଉ ଏହି ୨.୫୧ ସେକେଣ୍ଡର ଭିଡିଓରେ ସଲମାନ ଏବଂ ଦିଶାଙ୍କ ରୋମାଣ୍ଡିକ୍ କିସ୍ ସିନ୍ ଦେଖିବାକୁ ମିଳିଛି । ଫିଲ୍ମଟି ଇଦ୍ ରେ ରିଲିଜ୍ ହେବାକୁ ଯାଉଛି ।

Get real time updates directly on you device, subscribe now.