fbpx

ଭୟଙ୍କର ଅଗ୍ନିକାଣ୍ଡ: ନାବାଳକ ଜୀବନ୍ତ ଦଗ୍ଧ, ଜଳିଗଲେ ୮ ଗୋରୁ

ସୁବର୍ଣ୍ଣପୁର/କୋଣାର୍କ, ୨୫ା୪ (ଓଡିଶା ଭାସ୍କର): ଏକ ଅଗ୍ନିକାଣ୍ଡ ଘଟି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ସୁବର୍ଣ୍ଣପୁର ଜିଲ୍ଲାର ଶଙ୍କରା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି । ରୋଷେଇ ଘରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁରେ ୧୦ ବର୍ଷୀୟ ନାବାଳକ ବାବୁସାନ ଜଳିଯାଇଛନ୍ତି । ନିଆଁ ଲାଗିବା ପରେ ପରିବାର ଲୋକେ ବାହାରକୁ ଚାଲି ଆସିଥିବା ବେଳେ ଦୁର୍ଭାଗ୍ୟବଶତଃ ବାବୁସାନ ଘରେ ଶୋଇଥିବାରୁ ବାହାରକୁ ଆସିପାରିନଥିଲେ । ଏହି ଅଗ୍ନିକାଣ୍ଡରେ ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି । ବାବୁସାନଙ୍କୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ସବୁ ସରିଯାଇଥିଲା ।

ସେହିପରି କୋଣାର୍କର କରୁଣା ଗ୍ରାମରେ ଏକ ଅଗ୍ନିକାଣ୍ଡ ଘଟି ୮ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ବିଳମ୍ବିତ ରାତ୍ରିରେ ଏକ ଗୁହାଳ ଘରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ୨ ଗୋରୁ ଗୁରୁତର ହେବା ସହ ୪ ନଡ଼ିଆ ଗଛ ଜଳିଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିସାରିଥିଲେ ।

Get real time updates directly on you device, subscribe now.