fbpx

କୋଭିସିଲ୍ଡରୁ ମହଙ୍ଗା କୋଭାକ୍ସିନ: ରାଜ୍ୟକୁ ୬୦୦ ଟଙ୍କା ତ ଘରୋଇ ମେଡିକାଲ ପାଇଁ ୧୨୦୦ ଟଙ୍କା ଧାର୍ଯ୍ୟ

ନୂଆଦିଲ୍ଲୀ,୨୫ । ୪ : କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ସିରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ପରେ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ଟିକାର ରେଟ୍ ଧାର୍ଯ୍ୟ କରାଯାଇଛି । ଭାରତ ବାୟୋଟେକ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ ପୃଥକ ଦର ଧାର୍ଯ୍ୟ କରିଛି । ଘରୋଇ ମେଡିକାଲକୁ ଡୋଜ ପିଛା ୧୨୦୦ ଟଙ୍କା ତ ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬୦୦ ଟଙ୍କାରେ ଟିକା ଦିଆଯିବ । କମ୍ପାନି କୋଭାକ୍ସିନ ଟିକା ବିଦେଶକୁ ପଠାଇବ ବୋଲି ସୂଚନା ଦେଇଛି । ଅନ୍ୟ ଦେଶକୁ ପ୍ରତି ଡୋଜ୍ ପିଛା ୧,୧୨୩-୧,୪୯୮ ଟଙ୍କାରେ ଟିକା ଦିଆଯିବ ବୋଲି କୁହାଯାଇଛି ।

ତେବେ ଗତକାଲି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ‘କୋଭିସିଲ୍ଡ’ ଟିକାର ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା । କୋଭିସିଲ୍ଡ ଓ କୋଭାକ୍ସିନର ତୁଳନା କଲେ ଭାରତ ବାୟୋଟେକର ଟିକା ସବୁଠାରୁ ମହଙ୍ଗା । ଘରୋଇ ମେଡିକାଲ ପାଇଁ କୋଭିସିଲ୍ଡର ଦାମକ ୬୦୦ ଟଙ୍କା ରଖାଯାଇଥିବା ବେଳେ ରାଜ୍ୟ ପାଇଁ ୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭାକ୍ସିନ ଟିକାର ଦାମ୍ ଘୋଷଣା କରାଯାଇଥିବା ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.