ଗ୍ଲାସଗୋ, ୨୫ା୪: ବର୍ତ୍ତମାନ ସମଗ୍ର ଦେଶରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଆଉ ଏକ ତଥ୍ୟର ଖୁଲାସା କରିଛନ୍ତି ଗ୍ଲାସଗୋ ୟୁନିଭରସିଟିର ଏକ ରିସର୍ଚ୍ଚ ଟିମ୍ । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୁଇଟି ବିଲେଇ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ବିଲେଇମାନେ ନିଜ ମାଲିକଙ୍କ ଠାରୁ ସଂକ୍ରମଣର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି । ଗତବର୍ଷ ବିଲେଇ ମାଲିକ କରୋନାରେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମିତ ହେବା ପରେ ବିଲେଇର ଶ୍ରାସକ୍ରିୟାରେ ସମସ୍ୟା ଦେଖାଦେଇଥିଲା । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବିଲେଇ ଠାରୁ ମଣିଷ ସଂକ୍ରମିତ ହେବାର ଏପର୍ଯ୍ୟନ୍ତ କୌଣସି ମାମଲା ଜଣାପଡ଼ିନାହିଁ । ପଶୁଙ୍କ ଠାରୁ ମଣିଷ ଦେହକୁ ଭାଇରସ ସଂକ୍ରମଣ ନେଇ କୌଣସି ବିପଦ ନାହିଁ ବୋଲି କୁହାଯାଇଛି ।