fbpx
BSKY SKY
BSKY SKY

ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ୍ ମୋହନ ଏମ୍ ଶାନ୍ତନାଗୌଡାଙ୍କ ଦେହାନ୍ତ

BSKY

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ୍ ମୋହନ ଏମ୍ ଶାନ୍ତନାଗୌଡାଙ୍କର ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଜଷ୍ଟିସ୍ ମୋହନ ଏମ୍ ଶାନ୍ତନାଗୌଡାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । କିଛି ଦିନ ପୂର୍ବରୁ ଫୁସୁଫୁସୁ ସଂକ୍ରମଣ ହେତୁ ତାଙ୍କୁ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା । ଏଥିସହ ତାଙ୍କୁ ଭାଇରଲ୍ ନିମୋନିଆ ଯୋଗୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ଆଇସିୟୁରେ ଚିକିତ୍ସା ଚାଲିଥିଲା । ଏନେଇ ଶନିବାର ରାତିରେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ରହିଛି । ତେବେ ବିଚାରପତି ଶାନ୍ତନାଗୌଡାଙ୍କୁ କରୋନା ସଂକ୍ରମଣ ହୋଇଥିଲା କି ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇ ନାହିଁ । ସୂଚନା ଅନୁସାରେ ୨୦୧୭ ମସିହା ଫେବୃୟାରୀ ୧୭ ତାରିଖରେ ତାଙ୍କୁ ସୁପ୍ରିମ କୋର୍ଟ ବିଚାରପତି ଭାବେ ପଦୋନ୍ନତି କରାଯାଇଥିଲା । ଏହା ପୂର୍ବରୁ ସେ କେବଳ କେରଳ ହାଇକୋର୍ଟର ପ୍ରଧାନ ବିଚାରପତି ଥିଲେ ।

Get real time updates directly on you device, subscribe now.