fbpx

ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ବସିବ ଅକ୍ସିଜେନ୍ ପ୍ଲାଣ୍ଟ

ନୂଆଦିଲ୍ଲୀ, ୨୫ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୁପ ନେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ଦେଖାଦେଇଥିବାରୁ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଆଜି ଗୋଟିଏ ବଡ ନିଷ୍ପତି ଶୁଣାଇଛନ୍ତି । ସେ କହିଛନ୍ତି ଯେ, ପିଏମ୍ କେୟାର ପାଣ୍ଠି ଜରିଆରେ ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ଅକ୍ସିଜେନ୍ ଉତ୍ପାଦନ କେନ୍ଦ୍ର ହେବ । ସୁଚନା ଯେ, ପ୍ରତି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମେତ ମୋଟ ୫୫୧ଟି କେନ୍ଦ୍ର ହେବ । ପିଏମ୍ କେୟାର ପାଣ୍ଠିରୁ ଅର୍ଥ ଭରଣା ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ଦେଇଛନ୍ତି । ଏହି କେନ୍ଦ୍ର ନିର୍ମାଣ ପାଇଁ ସରଞ୍ଜାମ ଯୋଗାଇବ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । କରୋନାର ପ୍ରକୋପ ଦେଶରେ ଆହୁରି ବଢ଼ୁଥବାରୁ ତୁରନ୍ତ ଏହି ଅକ୍ସିଜେନ୍ ୟୁନିଟ୍ କୁ କାର୍ଯ୍ୟକ୍ଷମ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଜିଲ୍ଲାରେ ଅକ୍ସିଜେନ୍ ଅଭାବର ଦୁରୀକରଣ ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.