fbpx

ମେ ମାସରେ ପ୍ରାୟ ଅଧା ମାସ ବନ୍ଦ ରହିବ ବ୍ୟାଙ୍କ, ଆଗୁଆ ଶେଷ କରିଦିଅନ୍ତୁ ସମସ୍ତ କାର୍ଯ୍ୟ

ନୂଆଦିଲ୍ଲୀ, ୨୫ା୪: ବର୍ତ୍ତମାନ ସମଗ୍ର ଦେଶରେ ସମସ୍ତେ କରୋନାକୁ ନେଇ ଚିନ୍ତାରେ ରହିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ ଆଉ ସଟଡାଉନ ଲାଗୁ ହେବା ଫଳରେ ଲୋକମାନେ ନିଜ ନିଜର ବ୍ୟକ୍ତିଗତ କାର୍ଯ୍ୟ ଠିକରେ କରିପାରୁନାହାନ୍ତି । ବିଶେଷ କରି ବ୍ୟାଙ୍କ ସଂପର୍କିତ କାର୍ଯ୍ୟ ଶେଷ କରିପାରୁ ନାହାନ୍ତି । ତେବେ ଆସନ୍ତା ମେ ମାସରେ ମୋଟ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଆପଣମାନେ ଆଗୁଆ ସମସ୍ତ ଅର୍ଥ ସମ୍ପର୍କୀତ କାର୍ଯ୍ୟ ସମାପ୍ତ କରି ଦିଅନ୍ତୁ ।

ମେ ମାସ ୧ ତାରିଖ ଦିନ ଶ୍ରମିକ ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ । ୨ ତାରିଖ ରବିବାର ପଡ଼ୁଛି । ଏନେଇ ଆରବିଆଇ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି । ମେ ମାସରେ ଉତ୍ସବ ଓ ପର୍ବପର୍ବାଣି ପାଇଁ ୫ ଦିନ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମେ ୮ ଓ ୨୨ରେ ମାସ ଦ୍ୱିତୀୟ ଓ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ । ଏହାଛଡ଼ା ମେ ମାସ ୨, ୯ , ୧୬, ୨୩ ଓ ୩୦ ତାରିଖରେ ରବିବାର ପଡ଼ୁଥିବାର ବ୍ୟାଙ୍କ ବନ୍ଦ ରହିବ । ସୂଚନାଯୋଗ୍ୟ ଯେ, କରୋନା ଯୋଗୁଁ ଦୈନିକ ୪ ଘଣ୍ଟା ବ୍ୟାଙ୍କ ଖୋଲା ରହିବ । ସକାଳ ୧୦ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ଜାରି ରହିବ ବୋଲି ନିୟମ ଲାଗୁ ହୋଇଛି ।

Get real time updates directly on you device, subscribe now.