fbpx

ଛାତ୍ରଙ୍କ ପ୍ରେମରେ ଅନ୍ଧ ହେଲେ ଶିକ୍ଷୟିତ୍ରୀ: ଲିଭ୍ ଇନ୍, ନୋ ମ୍ୟାରେଜ୍, ତା’ପରେ ସୁଇସାଇଡ୍

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର): କଥାରେ ଅଛି ପ୍ରେମ ଅନ୍ଧ । କେତେବେଳେ କାହା ସହ ପ୍ରେମ ହୋଇଯାଏ, ଆଉ କିଏ କ’ଣ କରିବସେ ତାହା କହିହେବନି । ତେବେ ଏହି ଅନ୍ଧ ପ୍ରେମ ଅନେକଙ୍କ ଜୀବନ ମଧ୍ୟ ନେଇଯାଏ । ଜଣେ ୪୪ ବର୍ଷୀୟା ଶିକ୍ଷୟିତ୍ରୀ ୨୫ ବର୍ଷୀୟ ଛାତ୍ରଙ୍କ ପ୍ରେମରେ ଅନ୍ଧ ହୋଇଛନ୍ତି । ଦୁହେଁ ଲିଭ୍-ଇନରେ ରହିବା ପରେ ଛାତ୍ର ବିବାହ ପାଇଁ ରାଜି ହୋଇନଥିଲେ । ଫଳରେ ଶିକ୍ଷୟିତ୍ରୀ ସୁଇସାଇଡ୍ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଛାତ୍ରଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ସବନମ ବର୍ମା ବାଲିଅନ୍ତାର ଏକ ଇଂରାଜୀ ମିଡିୟମ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଦୁଇବର୍ଷ ପୂର୍ବରୁ କୋରାପୁଟରେ ଏକ ସ୍କୁଲରେ ଶିକ୍ଷକତା କରୁଥିବା ସମୟରେ ସବନମ୍ ସ୍କୁଲର ଛାତ୍ର ରୋହନ ଓରାମଙ୍କୁ ଭଲ ପାଇ ବସିଥିଲେ । ସବନମ୍ ଭୁବନେଶ୍ୱରରେ ରୋହନଙ୍କ ସହ ଲିଭ୍-ଇନରେରହୁଥିଲେ । ଗତକାଲି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବିବାହ ନକଲେ ଆତ୍ମହତ୍ୟା କରିବେ ବୋଲି ସବନମ୍ ଧମକ ଦେଇଥିଲେ । ତେଣୁ ରୋହନ ପୋଲିସ ସହିତ ପହଞ୍ଚିବା ବେଳକୁ ସବନମ୍ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିସାରିଥିଲେ ।

Get real time updates directly on you device, subscribe now.