fbpx

ସାଂଘାତିକ ରୁପରେ ଭାଇରସ୍: ପ୍ଲାଟୋ ସ୍ଥିତିରେ କରୋନା!

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଜି ଏନେଇ ଡିଏମଇଟି ପ୍ରଫେସର୍ ସିବିକେ ମହାନ୍ତି ଏକ ଗୁରୁତ୍ୱପୁର୍ଣ୍ଣ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ପ୍ଲାଟୋ ସ୍ଥିତିରେ କରୋନା ରହିଛି । ଗତ ୫ ଦିନ ହେଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହିଛି । ଆଉ ଏହି ଗୋଟିଏ ସ୍ତରରେ ରହିବାକୁ ହିଁ ପ୍ଲାଟୋ କୁହାଯାଏ । ତେବେ ଆଗାମୀ ଦିନରେ ଏହି ଭାଇରସ୍ ବ୍ୟାପିବାର ମାତ୍ରା କମିବା ନେଇ ଆଶା କରୁଛୁ । ହେଲେ ସଂକ୍ରମଣ ମାତ୍ରା ଭବିଷ୍ୟତରେ କିପରି ରୁପ ନେବ ନିର୍ଦ୍ଦିଷ୍ଟ ରୁପେ କହି ହେଉନି ।

ସୁଚନାଯୋଗ୍ୟ, ଆଜି ପୁଣି ୬୫୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୮୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୭୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୯୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝରରୁ ୨ ଜଣ, ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.