fbpx

ପିପିଲି ଉପନିର୍ବାଚନ: ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର

ପୁରୀ ୨୬ । ୪ (ଓଡିଶା ଭାସ୍କର) : ଆସନ୍ତା ୧୬ ତାରିଖରେ ହେବ ପିପିଲି ଉପନିର୍ବାଚନ । ଏନେଇ କଂଗ୍ରେସ ପକ୍ଷରୁ ଆଜି ନାମାଙ୍କନପତ୍ର ଦାଖଲ କରାଯାଇଛି । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି । ପୁରୀ ଏଡିଏମଙ୍କ ନିକଟରେ ଏହି ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବିଶ୍ୱକେଶନ ହରିଚନ୍ଦନ ପୁରୀ ଜିଲ୍ଲା ସେବାଦଳର ମୁଖ୍ୟ ଭାବେ କର୍ଯ୍ୟ କରୁଥିବା ବେଳେ ପୁରୀ କୋର୍ଟରେ ଓକିଲାତି ମଧ୍ୟ କରୁଛନ୍ତି ।

ସୂଚନା ଅନୁସାରେ ଗତ ଏପ୍ରିଲ ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କର ଦେହାନ୍ତ ହୋଇଥିଲା । ଏପ୍ରିଲ ୧୭ରେ ହେବା ନିର୍ବାଚନକୁ ବାତିଲ୍ କରାଯାଇ ମେ’ ୧୩ ତାରଖ ଘୋଷଣା କରାଯାଇ ଥିଲା । ତେବେ ମେ’ ୧୩ ତାରଖ ଇଦ୍ ପଡୁଥିବାରୁ ମେ’ ୧୬ରେ ମତଦାନ ହେବା ନେଇ ସାନି ବିଜ୍ଞପ୍ତି ଜାରି କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ।

Get real time updates directly on you device, subscribe now.