fbpx

ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ: ଏଣିକି ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ

ଚଣ୍ଡୀଗଡ଼, ୨୮ା୪: ଦେଶରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପଞ୍ଜାବ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁର ଅବଧିକୁ ବୃଦ୍ଧି କରିଛନ୍ତି । ସୋମବାର ଠାରୁ ଶୁକ୍ରବାର ସହରାଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦୋକାନ, ବଜାର ବନ୍ଦ ରହିବ । ସେହିପରି ଗ୍ରାମାଞ୍ଚଳରେ ସନ୍ଧ୍ୟା ୫ଟା ସମୟରେ ଦୋକାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି । ଏହାଛଡ଼ା ରାଜ୍ୟରେ ଶନିବାର ଓ ରବିବାର ସପ୍ତାହାନ୍ତ ଲକଡାଉନ ଘୋଷଣା କରାଯାଇଛି ।

ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି କଟକଣା ଲାଗୁ କରାଯାଇଥିଲେ ମଧ୍ୟ ରାଜ୍ୟରେ କରୋନା ହ୍ରାସ ପାଇବାର ନାଁ ଧରୁନାହିଁ । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୧୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୬ ଜଣଙ୍କ ମୃତ୍ୟୁ ଘଟିଛି । ଲୁଧିଆନା, ମୋହାଲି ଓ ଜଳନ୍ଧରରେ ସବୁଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଲୁଧିଆନାରେ ୧୩୮୯, ମୋହାଲିରେ ୮୯୩ ଓ ଜଳନ୍ଧରରେ ୬୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.