fbpx

ଟ୍ୱିନ୍ ସିଟିରେ ଉପୁଜୁଛି ଗୋଷ୍ଠୀ ସଂକ୍ରମଣର ସ୍ଥିତି

ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ଟ୍ୱିନ୍ ସିଟିରେ ଉପୁଜୁଛି କରୋନା ଗୋଷ୍ଠୀ ସଂକ୍ରମଣର ସ୍ଥିତି । କରୋନା ସଂକ୍ରମଣ ବଢୁଥିବା ବେଳେ ଜଣେ ଏକାଧିକଙ୍କୁ ସଂକ୍ରମିତ କରୁଛନ୍ତି । ତେଣୁ କଟକ ଓ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଦେଖାଦେଲାଣି । ଭୁବନେଶ୍ୱରକୁ ବାହାରୁ ବହୁ ଲୋକ ଆସୁଥିବାରୁ ସଂକ୍ରମଣ ବଢିବାରେ ଲାଗିଛି । ଏହାସହ ଟ୍ୱିନ୍ ସିଟିରେ ଅଧିକ କରୋନା ସଂକ୍ରମଣ ବଢିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଜଣେ ଲୋକ ଅତିକମରେ ୨ ଶହ ଲୋକଙ୍କୁ ସଂକ୍ରମିତ କରିପାରିବ ।

ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଗତ ୨୪ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଛି । ଦିନକରେ ଆଉ ନୂଆ ୮ ହଜାର ୩୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୯ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।

Get real time updates directly on you device, subscribe now.