fbpx

ଯୁବତୀଙ୍କ ମୋବାଇଲକୁ ଆସିଲା ମେସେଜ୍ ଭାଙ୍ଗିଗଲା ବାହାଘର

ଉତ୍ତରପ୍ରଦେଶ ୩୦ ।୪ (ଓଡ଼ିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। ଏହା ମଧ୍ୟରେ ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ବାହାଘର ବିବାହଘର ହେଉଛି । ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଏହି ବନ୍ଧନଟି ଦୁଇ ଜଣ ମଣିଷଙ୍କ ମଧ୍ୟରେ ସିନା ହୋଇଥାଏ ହେଲେ ଯୋଡି ଥାଏ ଦୁଇଟି ପରିବାର । ତେବେ କନିଆଁ ବାହ ବେଦିରେ ବସିବା ପୂର୍ବରୁ ଭାଙ୍ଗିଯାଇଛି ବାହାଘର । ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର କଙ୍ଗାଗଞ୍ଜ କଲୋନୀରେ । ସୂଚନା ଅନୁସାରେ ଏପ୍ରିଲ ୨୮ ତାରିଖରେ ବାହାଘର ହେବାର ଥିଲା । ବାହାଘର ପାଇଁ ଝିଅ ବିୟୁଟି ପାର୍ଲରରେ ସଜ ହେଉଥିଲା । ସେତିକିବେଳେ କନିଆଁଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଖୋଦ୍ ବର ଏହି ମେସେଜ୍ କରିଥିଲା । ଯେଉଁଥିରେ ଲେଖାଥିଲା ବାହାଘର ଭାଙ୍ଗିଗଲା । ଏବେ ସେ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଆସୁନାହାନ୍ତି। ଏହି ମେସେଜ୍ ପଢି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ଏମିତି କାହିଁକି ମେସେଜ୍ କଲେ ଏନେଇ କନ୍ୟାପକ୍ଷ ଚିନ୍ତାରେ ରହିଲେ ।

ସେପଟେ ବାହାଘରର କିଛି ସମୟ ପୂର୍ବରୁ ବରର ଏମିତି ମେସେଜ୍ ଯୁବତୀ ଜଣଙ୍କର ହୋସ୍ ଉଡିଇ ଦେଇଥିଲା । କାନପୁର ପନକୀ ଥାନା ଅନ୍ତର୍ଗତ କଙ୍ଗାଗଞ୍ଜ କଲୋନୀରେ ରହୁଥିବା ପୁଷ୍ପଲତାଙ୍କ ବିବାହ ମହାରାଜପୁର ଥାନା ଅନ୍ତର୍ଗତ କରୌଲି ନିବାସୀ କ୍ରାନ୍ତି ସିଂହଙ୍କ ସହ ଠିକ୍ ହୋଇଥିଲା । କନ୍ୟା ପକ୍ଷ ବରଯାତ୍ରୀଙ୍କ ସ୍ବାଗତ ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲେ । ଠିକ୍ ଏହି ସମୟରେ ଯୁବତୀଙ୍କ ମୋବାଇଲକୁ ମେସେଜ୍ ଆସିଥିଲା । ପୁଷ୍ପଲତା ଏ ସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ । ପରିବାର ଲୋକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏବେଯାଏ ବାହାଘର ଭାଙ୍ଗିବାର କାଣର ସ୍ପଷ୍ଟ ଜଣାପଡି ନାହିଁ ।

Get real time updates directly on you device, subscribe now.