fbpx

ପଶ୍ଚିମବଙ୍ଗରୁ ଆଶା ଛାଡିନି ବିଜେପି

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନୀ ଭୋଟ ଗଣତୀ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଟିଏମସି ୨୦୨ ସିଟ୍ ରେ ଆଗୁଆ ଚାଲିଛି । କିନ୍ତୁ ବିଜେପି ପଛରେ ପଡିଯାଇଛି । ବିଜେପି ୮୮ ସିଟ୍ ରେ ରହିଛି । ଗଣତିରୁ ଯାହା ପରିଲକ୍ଷିତ ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଶାସନକୁ ଫେରି ପାରନ୍ତି । ହେଲେ ବିଜେପି ଆଶା ହରାଇନି । ଏହି ପରିପ୍ରେକ୍ଷୀରେ ଦଳର ଜାତୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗିୟ କହିଛନ୍ତି ଯେ, ଏବେ କିଛି କହିବା ଠିକ୍ ନୁହେଁ କାରଣ ଏବେ ଆହୁରି ରାଉଣ୍ଡ ବାକି ଅଛି । କିଛି ବି ହୋଇପାରେ । ତେଣୁ ସଂଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ । ସେତେବେଳେ ହିଁ ଜଣାପଡିବ କିଏ ଆଗରେ, ଆଉ କିଏ ପଛରେ ରହିଛି । ଆମେ ସେହି ମ୍ୟାଜିକ୍ ନମ୍ବରକୁ ନିଶ୍ଚୟ ଭାବେ କ୍ରସ୍ କରିବା ।

Get real time updates directly on you device, subscribe now.