fbpx

ପୁଣି ବୃଦ୍ଧି ହେଲା ପେଟ୍ରୋଲ ଓ ଡିଜେଲର ଦାମ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଆଜି ଦ୍ୱିତୀୟ ଦିନରେ ମଧ୍ୟ ତେଲ ଦରରେ ବୃଦ୍ଧି ଘଟିଛି । ବୁଧବାର ପେଟ୍ରୋଲ ଲିଟର ପିଛା ୧୯ ପଇସା ଏବଂ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି କରାଯାଇଛି । ଗତକାଲି ପେଟ୍ରୋଲ ୧୫ ପଇସା ଏବଂ ଡିଜେଲରେ ୧୬ ପଇସା ବୃଦ୍ଧି ପାଇଥିଲା। ଦୁଇ ଦିନରେ ପେଟ୍ରୋଲ ୩୪ ଏବଂ ଡିଜେଲ ୩୭ ପଇସା ମହଙ୍ଗା ହୋଇଛି। ପାଖାପାଖି ୬୬ ଦିନ ତେଲ ଦର ଅପରିବର୍ତ୍ତିତ ରହିବା ପରେ ପୁଣିଥରେ ତେଲ ଦାମ ବଢ଼ିବା ଆରମ୍ଭ କରିଛି।

ବୁଧବାର ତେଲ ଦର ବଢ଼ିବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୫ ରୁ ୯୦.୭୪ ଟଙ୍କାକୁ ବୃଦ୍ଧି ପାଇଛି। ଏଥି ସହିତ ଡିଜେଲ ଲିଟର ପିଛା ୮୦.୯୧ ରୁ ୮୧.୧୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭.୧୨ ଟଙ୍କା, ଡିଜେଲ ଲିଟର ପିଛା ୮୫.୧୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ୯୨.୭୦ ଟଙ୍କା ଏବଂ ଡିଜେଲ ୮୬.୦୯ ଟଙ୍କାକୁ ବୃଦ୍ଧି ହୋଇଛି । ଏହା ସହ କୋଲକାତାରେ ମଧ୍ୟ ପେଟ୍ରୋଲ ୯୦.୯୨ ଟଙ୍କା ଏବଂ ଡିଜେଲ ୮୩.୯୮ ଟଙ୍କାକୁ ବୃଦ୍ଧି ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.