fbpx

ବାରମ୍ବାର RT-PCR ଟେଷ୍ଟ ଆବଶ୍ୟକ ନାହିଁ: ICMR

ନୂଆଦିଲ୍ଲୀ,୫ ।୫: RT-PCR ଟେଷ୍ଟକୁ ନେଇ ଆଉଭାଇଜରି ଜାରି କରିଛି ଆଇସିଏମଆର । ଆଡଭାଇଜରିରେ କୁହାଯାଇଛି ଯେ, ଏଣିକି ବାରମ୍ବାର RT-PCR ଟେଷ୍ଟର ଆବଶ୍ୟକତା ନାହିଁ । ଲାବୋରେଟୋରୀ ଉପରେ ଚାପ ବଢାନ୍ତୁ ନାହିଁ । ଥରେ ପଜିଟିଭ ଚିହ୍ନଟ ହୋଇଥିଲେ ଆଉ RT-PCR ଟେଷ୍ଟ କରାନଯାଉ । ହସ୍ପିଟାଲରୁ ଡିସଚାର୍ଜ ବେଳେ ଆଉଥରେ RT-PCR ଟେଷ୍ଟ କରାନଯାଉ ।

ସେହିଭଳି ଆନ୍ତରାଜ୍ୟ ଯାତ୍ରୀଙ୍କ RT-PCRର ରିପୋର୍ଟ ବାଧ୍ୟତାମୂଳକ ନହେଉ । ରାପଡ ଆଣ୍ଟିଜେନ୍ ଟେଷ୍ଟ ଉପରେ ଆଇସିଏମଆର ଗୁରୁତ୍ୱ ଦେଇଛି । ଫଳରେ ୧୫ରୁ ୨୦ ମିିନିଟ ଭିତରେ କରୋନା ରିପୋର୍ଟ ମିଳିଯିବ । କରୋନା ପଜିଟିଭ କି ନୁହେଁ, ତାହା ରୋଗୀ ତୁରନ୍ତ ଜାଣିପାରିବେ । ଏହା ଦ୍ୱାରା ରୋଗୀଙ୍କ ଚିକିତ୍ସା ଶୀଘ୍ର ଆରମ୍ଭ ହୋଇପାରିବ ।

Get real time updates directly on you device, subscribe now.