fbpx

ସୁପ୍ରିମକୋର୍ଟରେ ହେଉଥିବା ଶୁଣାଣିର ସିଧା ପ୍ରସାରଣ ଉପରେ ଗମ୍ଭୀରତାର ସହ ଭାବରେ ବିଚାର କରାଯାଉଛି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ, ୧୩/୫: ସୁପ୍ରିମକୋର୍ଟରେ ଶୁଣାଣିର ସିଧା ପ୍ରସାରଣ ପ୍ରସ୍ତାବକୁ ଗୁରୁତର ସହ ବିଚାର କରୁଥିବା ନେଇ କହିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣ । ଜଷ୍ଟିସ ରମଣ କହିଛନ୍ତି ଯେ ଏ ବାବଦରେ କୌଣସି ଠୋସ୍ ପଦକ୍ଷେପ ନେବା ପୂର୍ବରୁ ସେ ଆପେକ୍ସ କୋର୍ଟରେ ଥିବା ସମସ୍ତ ସହକର୍ମୀଙ୍କ ସହ ଏହାକୁ ବିଚାର କରିବାକୁ ଚାହୁଁଛନ୍ତି । ଜଷ୍ଟିସ୍ ରମଣ ମିଡିଆ ବ୍ୟକ୍ତିବିଶେଷଙ୍କୁ କୋର୍ଟ ଶୁଣାଣିରେ ଭର୍ଚୁଆଲ୍ ଭାବରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବା ସମ୍ବନ୍ଧୀୟ ଏକ (ଆପ୍) ର ଶୁଭାରମ୍ଭ ସମୟରେ କହିଛନ୍ତି ।

ନିଜର ସାମ୍ବାଦିକତା ସମୟକୁ ମନେପକାଇ ପ୍ରଧାନ ବିଚାରପତି କହିଛନ୍ତି ଯେ ଗଣମାଧ୍ୟମକୁ ଖବର ସଂଗ୍ରହ ସମୟରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି । ତେବେ କୋର୍ଟରେ ହେଇଥିବା  ଶୁଣାଣିର ରିପୋର୍ଟ ଲେଖିବା ପାଇଁ ସାମ୍ବାଦିକମାନଙ୍କୁ ଓକିଲଙ୍କ ଉପରେ ନିର୍ଭର କରିବାକୁ ପଡିଥାଏ। ସେ କହିଛନ୍ତି ଏହାକୁ ଦୃଷ୍ଟିରେ ରଖି ଏଭଳି ପ୍ରକ୍ରିୟା ବିକଶିତ କରିବାକୁ କୁହାଯାଇଛି ଯାହାଦ୍ୱାରା ଗଣମାଧ୍ୟମ ଶୁଶାଣିରେ ସାମିଲ ହୋଇପାରିବ ।

ଜଷ୍ଟିସ କହିଛନ୍ତି, “ମୁଁ କିଛି ସମୟ ପାଇଁ ସାମ୍ବାଦିକ ଥିଲି। ସେତେବେଳେ ଆମର କାର୍ କିମ୍ବା ବାଇକ୍ ନଥିଲା । ଆମେ ଏକ ବସ୍‌ରେ ଯାତ୍ରା କରୁଥିଲୁ କାରଣ ଆୟୋଜକମାନଙ୍କଠାରୁ ପରିବହନ ସୁବିଧା ନ ନେବାକୁ ଆମକୁ କୁହାଯାଇଥିଲା। ” ଗଣମାଧ୍ୟମକୁ ଏହି (ଆପ୍)ର ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରିବା ଏବଂ କୋଭିଡ ପ୍ରୋଟୋକଲକୁ କଠୋର ଭାବରେ ପାଳନ କରିବାକୁ ଅନୁରୋଧ କରିବାକୁ କହିବା ସହ ପ୍ରଧାନ ବିଚାରପତି କହିଛନ୍ତି ଯେ ଏହି ଟେକନିକ ବିଶେଷ ଭାବରେ ନୂତନ ଭାବରେ ବିକଶିତ ଟେକ୍ନୋଲୋଜି ବହୁତ ସମ୍ବେଦନଶୀଳ ଏବଂ ପ୍ରଥମେ ପ୍ରଥମେ ଏହାର ବ୍ୟବହାରରେ କିଛିଟା ସମସ୍ୟା ହୋଇପାରେ ।

ଜଷ୍ଟିସ ରମଣ କହିଛନ୍ତି, ‘ଏଭଳି ଛୋଟ ଛୋଟ ସମସ୍ୟା  ଆସିବ ଏବଂ ଏହାକୁ ଅନାବଶ୍ୟକ ଭାବରେ ଅତିରିଞ୍ଜିତ କରାଯିବା ଉଚିତ ନୁହେଁ । ମୁଁ ସମସ୍ତଙ୍କୁ ଧର୍ଯ୍ୟବାନ ହେବାକୁ ଏବଂ ବୈଷୟିକ ଦଳକୁ ସମର୍ଥନ କରିବାକୁ ଅନୁରୋଧ କରୁଛି, ଯାହା ଦ୍ୱାରା ପ୍ରୟୋଗ କରାଯାଇଥିବା ଏହି ଆପଟି କୌଣସି ଅସୁବିଧା ବିନା ସଠିକ୍ ଭାବରେ କରିବ । ମୁଁ ଆଶା କରୁଛି ଯେ ଏହି ସିଷ୍ଟମ ବିକଶିତ ହେବା ଏବଂ ସଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ସମସ୍ତେ ସମୟ ଦେବେ ।”

Get real time updates directly on you device, subscribe now.