fbpx

ଯୁଦ୍ଧ ଓ ଆକ୍ରମଣର ଅନ୍ତରାଳେ ଶିଶୁମାନେ ହେଉଛନ୍ତି ଛଟପଟ

ନୂଆଦିଲ୍ଲୀ: ବଢ଼ୁଛି ଇସ୍ରାଏଲ୍-ହମାସ ବିବାଦ (#Israel-Hamas conflict) । ତେବେ ଏହି କାରଣରୁ ଅନେକ ଶିଶୁଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଲାଣି । ବିବାଦ ଘନେଇ ଚାଲିଥିବାବେଳେ ପାଲେସ୍ତାଇନର ଗାଜା ଉପରେ ବାରମ୍ବାର ହେଉଛି ଭୟାନକ ଆକ୍ରମଣ । ଏହି ଆକ୍ରମଣ କାରଣରୁ ସେଠାରେ ଶିଶୁମାନଙ୍କ ଜୀବନ ମରଣମୁହଁକୁ ଠେଲି ହୋଇଯାଉଛି ଏବଂ ଅନେକ ଶିଶୁ ଜର୍ଜରିତ ଅବସ୍ଥାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି । ଏହାକୁ ନେଇ ମିଳିତ ଜାତିସଂଘ (#UN) ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏଥିସହ ଗାଜାରେ ପିଲାମାନଙ୍କ ଜୀବନ ନର୍କ ସଦୃଶ ହୋଇପଡ଼ିଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।

ମିଳିତ ଜାତିସଂଘର ମହାସଚିବ ଏଣ୍ଟୋନିୟୋ ଗୁଟେରେସ୍ କହିଛନ୍ତି ଯେ ଅନ୍ତଃରାଷ୍ଟ୍ରୀୟ ନିମୟ ଅନୁସାରେ ଏଭଳି ସ୍ଥିତି ପାଇଁ ହୋଇଥିବା ବୁଝାମଣା ସବୁ ଅବୈଧ । ଏଥିସହ ବାରମ୍ବାର ବୋମା ବର୍ଷଣ ଫଳରେ ଗାଜାରେ ୨୦୦ରୁ ଅଧିକ ଜଣ ପ୍ରାଣ ହରାଇଥିବାବେଳେ ସେଥିଲାଗି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମହାସଚିବ ଏଣ୍ଟୋନିୟୋ । ଆକ୍ରମଣ ଫଳରେ ପିଲାମାନଙ୍କ ଦୟନୀୟ ସ୍ଥିତିକୁ ବିଚାର ପୂର୍ବକ ସେ କହିଛନ୍ତି ଯେ ଯଦି ଦୁନିଆର କେଉଁଠି ନର୍କ ଥାଏ ତେବେ ତାହା ଗାଜାରେ ପିଲାମାନଙ୍କ ପାଇଁ ଉପୁଜିଥିବା ପରିସ୍ଥିତିକୁ ସ୍ପଷ୍ଟ ସୂଚନାଉଛି । ପିଲାମାନଙ୍କ ଜୀବନ ନର୍କ ସମ ସେଠାରେ ହୋଇଗଲାଣି । ଯୁଦ୍ଧ ଓ ଆକ୍ରମଣ ଲାଗି ହଜାର ହଜାର ଲୋକଙ୍କ ନିଜ ଘର ଛାଡ଼ିବାକୁ ପଡ଼ିଲାଣି । ମିଳିତ ଜାତିସଂଘ ପକ୍ଷରୁ ଗଠିତ ପାଲେସ୍ତାଇନ ଶରଣାର୍ଥୀଙ୍କ ପାଇଁ ସହାୟକ ଏଜେନ୍ସି (#UNRWA) ଦ୍ୱାରା ଉପଲବ୍ଧ କରାଯାଇଥିବା ବିଭିନ୍ନ ଶିବିରରେ ସେମାନେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ସେସବୁ ସ୍ଥାନରେ ପାନୀୟ ଜଳ, ଖାଦ୍ୟ ବ୍ୟବସ୍ଥା ଓ ସଫେଇ ପାଇଁ ବିଶେଷ ସୁବିଧା ନଥିବାବେଳେ ଲୋକେ ବଡ଼ ଦୁଃଖର ସହ ବଞ୍ଚୁଛନ୍ତି ।

Get real time updates directly on you device, subscribe now.