fbpx

ଶୁଭେନ୍ଦୁ ଅଧିକାରୀଙ୍କ ପିତା ଓ ଭାଇଙ୍କ ବଢିଲା ସୁରକ୍ଷା ବ୍ୟବସ୍ଥା, ଦୁଇ ସାଂସଦଙ୍କୁ ମିଳିଲା Y+ ସିକ୍ୟୁରିଟି

କୋଲକାତା ୨୨ ।୦୫: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ରାଜ୍ୟରେ ରାଜନୈତିକ ସରଗରମ ଏବେ ମଧ୍ୟ ଲାଗିି ରହିଛି । ନିକଟରେ ସିବିଆଇ ମମତା କ୍ୟାବିନେଟର ମନ୍ତ୍ରୀ ସମେତ ଟିଏମସିର ଚାରି ବରିଷ୍ଠ ନେତାଙ୍କୁ ନାରଦ ଷ୍ଟିଙ୍ଗ ଅପରେସନରେ ଗିରଫ କରିଥିଲା । ଏହା ପରଠୁ ବିଜେପି ଓ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଜାରି ରହିଛି । ଏହା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସନ୍ଦିଗ୍ରାମ ବିଧାନସଭା ଆସନରେ ମମତା ବାନାର୍ଜୀଙ୍କୁ ଧୂଳି ଚଟାଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପିତା ଶିଶିର ଅଧିକାରୀ ଓ ଭାଇ ଦିବ୍ୟନ୍ଦୁ ଅଧିକାରୀଙ୍କ ସୁରକ୍ଷା ବଢାଇ ଦେଇଛି । ମନ୍ତ୍ରଣାଳୟ ଉଭୟ ସାଂସଦଙ୍କୁ ୱାଇ ପ୍ଲସ୍ କାଟାଗୋରୀର ସୁରକ୍ଷା ଦେବାକୁ ଘୋଷଣା କରିଛି । ଶୁଭେନ୍ଦୁଙ୍କ ପିତା ଓ ଭାଇଙ୍କୁ ସିଆରପିଏଫ ସୁରକ୍ଷା ପ୍ରଦାନ କରିବେ ।

ସୂଚନାଯୋଗ୍ୟ, ଶିଶିର ଅଧିକାରୀ ଓ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶିଶିର ଅଧିକାରୀଙ୍କ ସୁରକ୍ଷା ବଢାଇ ଦେଇଥିଲେ । ଏହା ବ୍ୟତୀତ ବିଜେପିରେ ସାମିଲ ହୋଇଥିବା ଅଭିନେତାରୁ ନେତା ହୋଇଥିବା ମିଥୁନ ଚକ୍ରବର୍ତୀଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଥିଲା ।

ନିର୍ବାଚନ ପୂର୍ବରୁ ଏବଂ ଫଳାଫଳ ଆସିବା ପରେ ରାଜ୍ୟରେ ଭୀଷଣ ହିଂସାକାଣ୍ଡ ଘଟିଥିଲା । ଏଥିରେ ଦୁଇ ଦଳର ଅନେକ କାର୍ଯ୍ୟକର୍ତାଙ୍କ ମୃତ୍ୟୁ ଘଟିଥିଲା । ନିକଟରେ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଟିଏମସି ଏହି ଆକ୍ରମଣ କରାଇଥିବ। ବିଜେପି ଅଭିଯୋଗ କରିଥିଲା ।

Get real time updates directly on you device, subscribe now.