fbpx

ଓଡ଼ିଶାରେ ଆଜି ୧୧, ୬୨୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୬୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୮୯ ହଜାର ୬୧୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୧୮୮ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୮୭୮, କଟକରୁ ୭୭୦, ଅନୁଗୁଳରୁ ୭୦୬, ସମ୍ବଲପୁରରୁ ୬୭୮, ଯାଜପୁରରୁ ୪୬୬, ଭଦ୍ରକରୁ ୪୧୨, ପୁରୀରୁ ୩୮୬, ବଲାଙ୍ଗିରରୁ ୩୫୭, ମୟୂରଭଞ୍ଜରୁ ୩୪୭, ବାଲେଶ୍ୱରରୁ ୩୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.