fbpx

୧ ସପ୍ତାହ ପାଇଁ ଘୁଞ୍ଚିଲା ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକା ପାଇଁ ଆଜି ହେବାକୁ ଥିବା ଗ୍ଲୋବାଲ୍ ଟେଣ୍ଡର୍ କୁ ଘୁଞ୍ଚାଇଲେ ରାଜ୍ୟ ସରକାର । ଏହାକୁ ୧ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି । ତେବେ ଟିକାକରରକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର୍ ଆରମ୍ଭ କରିଥିଲେ । ହେଲେ ଆଜି ସରିବାକୁ ଥିବା ଏହି ପ୍ରକ୍ରିୟା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯିବା ନେଇ ସୂଚନା ମିଳିଛି । ମେ ୧୫ ତାରିଖରେ ରାଜ୍ୟ ସରକାର ଟିକାର ଅଭାବର ଦୂରୀକରଣ ପାଇଁ ବିଶ୍ୱର ଅଗ୍ରଣୀ ଟିକା ପ୍ରସ୍ତୁତକାରୀ କମ୍ପାନୀ ମାନଙ୍କଠାରୁ ୩.୮ କୋଟି ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ କରିଥିଲେ ରାଜ୍ୟ ସରକାର ।

Get real time updates directly on you device, subscribe now.