ଏହି ଅଭିନେତ୍ରୀଙ୍କ ବ୍ରାଇଡାଲ୍ ଲୁକ୍ ସତେଯେମିତି ଐଶ୍ୱର୍ଯ୍ୟା ରାୟଙ୍କ ଜେରକ୍ସ କପି, ଚିହ୍ନନ୍ତୁ, ଫଟୋରେ ଥିବା ଅଭିନେତ୍ରୀ ଜଣକ କିଏ?

ନୂଆଦିଲ୍ଲୀ: ୨୦୦୫ ମସିହାରେ ସଲମାନଙ୍କ ଖାନଙ୍କ ସହ ‘ଲକି: ନୋ ଟାଇମ୍ ଫର୍ ଲଭ୍’ରେ ବଲିଉଡରେ ଡେବ୍ୟୁ କରିଥିଲେ ସେ । ଆଜିକାଲି ଏହି ଅଭିନେତ୍ରୀଙ୍କ ବିବାହ ପୂର୍ବର ଫଟୋସୁଟକୁ ନେଇ ଚାରିଆଡ଼େ ଚାଲିଛି ଚର୍ଚ୍ଚା । ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ସ୍ନେହା ଉଲାଲଙ୍କ କଳାଧଳା ଫଟୋ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ୟୁଜରମାନେ ସ୍ନେହାଙ୍କୁ ପୂର୍ବତନ ପୂର୍ବତନ ବିଶ୍ବ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ଅବିକଳ ନକଲ ବୋଲି କହୁଥିବା ଦେଖାଯାଇଛି ।

ତେବେ ସ୍ନେହା କିଛି ହାର୍ଟ ଇମୋଜି ସହିତ ନିଜର ନାମର ହ୍ୟାସ ଟ୍ୟାଗ୍ ଲଗାଇ ଏହି ଫଟୋକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ତେଣୁ ପ୍ରଶଂସକମାନେ ଏହି ଫଟୋ ଦେଖିବା ପରେ କହିଛନ୍ତି- ‘ଐଶ୍ୱର୍ଯ୍ୟା ରାୟଙ୍କ ଜେରକ୍ସ କପି’ । ଆଉ ଜଣେ ଫ୍ୟାନ ଏହି ଫଟୋକୁ ଐଶ୍ୱର୍ଯ୍ୟା-ହ୍ରିତିକଙ୍କ ଅଭିନୀତ ‘ଯୋଦ୍ଧା ଆକବର’ ଫିଲ୍ମ ସହ ତୁଳନା କରି କହିଛନ୍ତି ଯେ, ‘ଆପଣ ଯୋଦ୍ଧା ଭଳି ଲାଗୁଛନ୍ତି ।’ ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘ଆପଣଙ୍କର ସୌନ୍ଦର୍ଯ୍ୟର ତୁଳନା ନାହିଁ, ଆପଣ ଐଶ୍ୱର୍ଯ୍ୟାଙ୍କ ପୁରୁଣା ଫଟୋର ସ୍ମୃତିକୁ ମନେପକାଇ ଦେଇଛନ୍ତି, ଆପଣଙ୍କର ଆଖି ଐଶ୍ୱର୍ଯ୍ୟାଙ୍କ ପରି’ । ସ୍ନେହା ଗତ ୧୨ ବର୍ଷ ମଧ୍ୟରେ ମାତ୍ର ୬ଟି ଫିଲ୍ମରେ ଅଭିନୟ କରିଛନ୍ତି । ସେ ନିଜର ଡେବ୍ୟୁ ଫିଲ୍ମ ବ୍ୟତୀତ ଅନ୍ୟ ଫିଲ୍ମରେ ବିଶେଷ ଖାସ୍ କରି ପାରିନାହାନ୍ତି । ଶେଷ ଥର ପାଇଁ ସେ ୨୦୧୫ରେ ‘ବେଜୁବାନ ଇଶ୍ମ’ରେ ଅଭିନୟ କରିଥିଲେ । ରକ୍ତ ସମ୍ବନ୍ଧୀୟ ବିମାରୀ କାରଣରୁ ସ୍ନେହା ଫିଲ୍ମ ଜଗତରୁ ବହୁ ସମୟ ଧରି ଗାୟବ୍ ହୋଇଯାଇଥିବା କୁହାଯାଉଛି ।