fbpx
BJD
BJD SKY
BJD SKY

ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମୁକାବିଲା ଡ୍ର କିମ୍ବା ଟାଇ ହେଲେ କିଏ ହେବ ବିଜେତା ? ସ୍ପଷ୍ଟ କଲା ଆଇସିସି

BJD

ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପରର ଫାଇନାଲ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ । ଏହି ମ୍ୟାଚ୍ ଡ୍ର ହେଲେ କିମ୍ବା ଟାଇ ହେଲେ କିଏ ହେବ ବିଜେତା ? ଏହା ଉପରେ ଆଇସିସି ବଡ ସୂଚନା ଦେଇଛି । ଆଇସିିସି କହିଛି, ଫାଇନାଲ ମ୍ୟାଚ୍ ଟାଇ କିମ୍ବା ଡ୍ର ହେଲେ ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ବିଜେତା ଘୋଷିତ ହେବେ । ଏହାକୁ ନେଇ ଦୀର୍ଘ ସମୟ ଧରି ଲୋକଙ୍କ ମନରେ ଉତ୍ସୁକତା ଜାରି ରହିଥିଲା । ଜୁନ ୨୩କୁ ଫାଇନାଲ ମ୍ୟାଚର ରିଜର୍ଭ ଡେ ଭାବେ ରଖାଯାଇଛି ।

ଆଇସିସି କହିଛି, ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚର ନିୟମିତ ଦିନରେ ଯେଉଁ ସମୟ କୌଣସି କାରଣବଶତଃ ନଷ୍ଟ ହୁଏ ତେବେ ଏହାର ଭରଣା ପାଇଁ ରିଜର୍ଭ ଡେ ରଖାଯାଇଛି । ରିଜର୍ଭ ଡେରେ ମ୍ୟାଚ୍ ତେବେ ଖେଳାଯିବ, ଯେବେ ପାଂଚ ଦିନରେ ନଷ୍ଟ ହୋଇଥିବା ସମୟର ଭରଣା ହୋଇ ପାରିବ ନାହିଁ । ମ୍ୟାଚ୍ ରେଫରୀ ଦୁଇ ଦଳର ବରବାଦ ହୋଇଥିବା ସମୟ ଉପରେ ନିୟମିତ ଅପଡେଟ୍ ଦେଇ ଚାଲିବେ ।

ରିଜର୍ଭ ଡେର ବ୍ୟବହାର ହେବ କି ନାହିଁ ତାହା ପଂଚମ ଦିନର ଅନ୍ତିମ ଘଂଟାର ଖେଳ ଆରମ୍ଭ ହେବା ପୂର୍ବରୁ ନିଷ୍ପତି ନିଆଯିବ । ଏହା ବାଦ୍ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲରେ ଅନେକ ପରିବର୍ତନ ଦେଖିବାକୁ ମିଳିପାରେ । ଟିଭି ଅମ୍ପାୟର ଦ୍ୱାରା ରିୟଲ ଟାଇମରେ ସର୍ଟ ରନର ଯାଂଚ ସହ ଏଲବିଡବ୍ଲ୍ୟୁ ରେଫରାଲ ନିୟମରେ କିଛିଟା ପରିବର୍ତନ ଦେଖିବା ମିଳିବ ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । ଏହି ଗସ୍ତରେ ସାମିଲ ଖେଳାଳି ବର୍ତମାନ ମୁମ୍ବାଇର ଏକ ହୋଟେଲରେ ସଙ୍ଗରୋଧରେ ଅଛନ୍ତି । ଭାରତୀୟ ଦଳ ଏହି ଗସ୍ତ ପାଇଁ ୨୦ ଜଣିଆ ଟିମ୍ ଘୋଷଣା କରିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ଇଂଲଣ୍ଡ ପହଂଚି ସାରିଛି । ଫାଇନାଲ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଘରୋଇ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

Get real time updates directly on you device, subscribe now.