fbpx

ନାରଦା କେସ୍: ୪ ଟିଏମସି ନେତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ

କୋଲକାତା: ନାରଦା ମାମଲାରେ ୪ ଟିଏମସି ନେତାଙ୍କୁ କୋଲକାତା ହାଇକୋର୍ଟ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ କୋଲକାତା ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ଜାମିନ ପ୍ରଦାନ ଅବସରରେ ଏହି ନେତାମାନଙ୍କୁ ସାମ୍ବାଦିକଙ୍କ ସହ ସାକ୍ଷାତକାର ସହ ମାମଲାରେ ହସ୍ତକ୍ଷେପ ନେଇ ବାରଣ କରିଛନ୍ତି । ଟିଏମସିର ସୁବ୍ରତା ମୁଖାର୍ଜୀ, ଫିରହାଦ ହକିମ, ମଦନ ମିତ୍ର ଓ ଶୋଭନ ଚାଟାର୍ଜୀ ପ୍ରମୁଖ ନେତାମାନେ ଗତ ୧୯ ତାରିଖରୁ ଗୃହବନ୍ଦୀ ଅବସ୍ଥାରେ ରହିଥିଲେ । ୨ ଲକ୍ଷ ଟଙ୍କାର ବ୍ୟକ୍ତି ବଣ୍ଡ ଆଧାରରେ ଏହି ନେତାମାନଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି । ଆସନ୍ତା ସୋମବାର ଦିନ ଅନ୍ତିମ ଶୁଣାଣି କରାଯିବ ବୋଲି କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହି ନେତାମାନଙ୍କୁ ସିବିଆଇ ଗିରଫ କରିଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗିରଫକୁ ବିରୋଧ କରି ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ସହ ରାଜନୈତିକ ଉଦ୍ଦେଶ୍ୟ ରଖି ସିବିଆଇ ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.