fbpx

କରୋନା କାଳରେ ପିଅନ୍ତୁ ଟମାଟୋ ଜୁସ୍‌: ଇମ୍ୟୁନିଟି ବଢାଇବା ସହ ଉତ୍ତମ ରକ୍ତ ସଞ୍ଚାଳନ କରିଥାଏ

ଟମାଟୋ ଅନେକ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହାକୁ ଖାଇବା ଉଭୟ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଲାଭଦାୟକ । କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହାକୁଖାଇବା ଅତ୍ୟନ୍ତ ଲାଭଦାୟକ । ସାଧାରଣତଃ ଲୋକମାନେ ପନିପରିବା ଏବଂ ସାଲାଡ ଭଳି ଟମାଟୋ ଅଧିକ ଖାଆନ୍ତି । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ବଢାଇବା ଏବଂ ଅନ୍ୟାନ୍ୟ ରୋଗରୁ ଦୂରେଇ ରହିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଏହାର ଜୁସ୍‌ ଅନ୍ତର୍ଭୁକ୍ତ କରିବା ସର୍ବୋତ୍ତମ
ବିକଳ୍ପ ହେବ । ତେବେ ତେବେ ଚାଲନ୍ତୁ ଜାଣିବା କିରି କରିବେ ଟମାଟୋ ଜୁସ୍‌ ଏବଂ ଏହାର ଉପକାରିତା ।

ସାମଗ୍ରୀ: ପାଣି- ୧ କପ୍‌, ଟମାଟୋ- ୨ ଟି, ଲୁଣ- ୧ ଚିମୁଟା

ପ୍ରସ୍ତୁତ୍‌ ପ୍ରଣାଳୀ: ଟମାଟୋକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ଜୁସର୍‌ ଜାରରେ ଟମାଟୋ ଏବଂ ପାଣି ମିଶାଇ ଜୁସ୍‌ ପ୍ରସ୍ତୁତ କରନ୍ତୁ । ଏହାକୁ ବାହାର
କରି ଲୁଣ ମିଶାଇ ପିଅନ୍ତୁ ।

ଏହାର ଫାଇଦା: ବ୍ରେଷ୍ଟ କ୍ୟାନ୍ସର୍‌ ଆଶଙ୍କା ଦୂର କରିଥାଏ । ଅନୁସନ୍ଧାନ ଅନୁଯାୟୀ, ଟମାଟୋରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍‌, ଆଣ୍ଟି-ଭାଇରାଲ୍‌
ଗୁଣ ଶରୀରରେ କ୍ୟାନ୍ସରର କୋଷିକାକୁ ବଢିବାରୁ ରୋକିଥାଏ । ତେଣୁ ମହିଳାମାନଙ୍କୁ ବ୍ରେଷ୍ଟ କ୍ୟାନ୍ସର୍‌ ରୋଗର ଆଶଙ୍କା କମ୍‌ ରହିଥାଏ ।

ଇମ୍ୟୁନିଟି ବଢାଇଥାଏ: କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଦୈନନ୍ଦିନ ଖାଦ୍ୟରେ ଟମାଟୋ ଜୁସ୍‌ ମିଶାଇବା ସର୍ବୋତ୍ତମ ବିକଳ୍ପ । ଏହା
ଶରୀରର ରୋଗ ପ୍ରତିରୋଧକ ଶକ୍ତି ଶୀଘ୍ର ବଢାଇଥାଏ । ଏଥି ସହିତ ଥଣ୍ଡା, କାଶ, ଜର ଇତ୍ୟାଦି ଋତୁ କାଳୀନ ରୋଗରୁ ରକ୍ଷା କରିଥାଏ ।

ମଧୁମେହ କଣ୍ଟ୍ରୋଲରେ ରଖିଥାଏ: ସୁଗାର ଲେବଲ୍‌ ନିୟନ୍ତ୍ରଣ ରଖିବା ପାଇଁ ଟମାଟୋ ଜୁସ୍‌ ସହାୟକ ହୋଇଥାଏ । ତେଣୁ ମଧୁମେହ ରୋଗୀମାନେ ଏହାକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଜରୁରୀ ।

ଓଜନ ହ୍ରାସ କରିଥାଏ: ଟମାଟୋରେ ଅଧିକ ପରିମାଣର ଜଳ ଏବଂ ଫାଇବର ହେତୁ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ । ଏହା କ୍ୟାଲୋରୀରେ କମ୍‌ ଅଟେ । ତେଣୁ ଏହା ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ ।

ଉତ୍ତମ ରକ୍ତ ସଞ୍ଚାଳନ କରିଥାଏ: ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଅ ା ଗୁଣ ଥିବା ଟମାଟୋ ଶରୀରରେ ରକ୍ତର ଅଭାବ ପୁରଣ କରିବା ସହିତ ରକ୍ତ ସଞ୍ଚାଳନ ସଠିକ
ଭାବରେ କରିଥାଏ ।

ସ୍କିନ୍‌ ଗ୍ଲୋ କରିଥାଏ: ଟମାଟୋ ଜୁସ୍‌ ସ୍ୱାସ୍ଥ୍ୟ ସହିତ ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ହୋଇଥାଏ ।  ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୁର ହୋଇ ଚେହେରା ସଫା, ଚମକି ଥାଏ ।

Get real time updates directly on you device, subscribe now.