fbpx

ସରପଞ୍ଚ ଓ ପିଇଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ, ଜାଣନ୍ତୁ କାହିଁକି?

ବରଗଡ(ଓଡିଶା ଭାସ୍କର): ପଞ୍ଚାୟତ ପାଣ୍ଠିରୁ ଅର୍ଥ ଆତ୍ମସାତ ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବରଗଡ ଜିଲ୍ଲାର ଜଣେ ସରପଞ୍ଚ ଓ ଜଣେ ପିଇଓଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଗାଇସିଲେଟ ବ୍ଲକ ଗୁଦେରପାଲି ସରପଞ୍ଚ ଉଦିଆଁ ଲୁହା ନିଲମ୍ବିତ ହୋଇଥିବା ଜଣାପଡିଛି । ପଞ୍ଚାୟତରେ ବିଭିନ୍ନ ଅନୁଦାନ ପାଣ୍ଠିରୁ ଅର୍ଥ ଆତ୍ମସାତ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି ।

ଅନ୍ୟପଟେ ବରପାଲି ତୁଲଣ୍ଡି ନିର୍ବାହୀ ଅଧିକାରୀ ସୁମନ୍ତ କୁମ୍ଭାରଙ୍କୁ ନିଲମ୍ବିତ କରାଯାଇଛି । ୩ ମାସ ଧରି ପଞ୍ଚାୟତର ଟଙ୍କା ଓ ଫାଇଲ ନେଇ ଫେରାର ଥିବା ଅଭିଯୋଗ ହୋଇଛି । ଉଭୟ ସରପଞ୍ଚ ଓ ପିଇଓଙ୍କୁ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବନ କରିଛନ୍ତି ।

Get real time updates directly on you device, subscribe now.