fbpx

ମୌସୁମୀ ଆଗମନ: ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଛୁଇଁବ

ଭୁବନେଶ୍ୱର, (ଓଡିଶା ଭାସ୍କର): ଚଳିତ ବର୍ଷ ମୌସୁମୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୩୦ କିମ୍ବା ୩୧ରେ ମୌସୁମୀ କେରଳ ଛୁଇଁବ । ସାଧାରଣତଃ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁଥାଏ । ଗତ ୨୧ ତାରିଖରେ ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପରେ ପହଞ୍ଚି ସାରିଛି । ବର୍ତ୍ତମାନ ମୌସୁମୀ ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଏବେ ଏହା କନ୍ୟାକୁମାରୀ ନିକଟସ୍ଥ ଉତ୍ତର କୁମାରୀନ ସାଗରେ ନିକଟରେ ପହଞ୍ଚିଛି । ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଏହା ଓଡ଼ିଶା ଛୁଇଁପାରେ । ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.