fbpx

ମାତ୍ର ୨୨ ଦିନରେ ଗୋଟିଏ ପରିବାରର ୬ ଜଣଙ୍କ ମୁଣ୍ଡନେଲା କରୋନା

ନୂଆଦିଲ୍ଲୀ: ଦୁଇବର୍ଷ ହେଲା ବିଶ୍ୱରେ ନିଜର କାୟା ମେଲାଇ ଚାଲିଛି ମହାମାରୀ କରୋନା । ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ କରୋନା ଭାଇରସ୍ କବଳରେ ଛଟପଟ ହେଉଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ପ୍ରାଣ ନେଲାଣି କରୋନା । ଧନୀ-ଗରିବ ସମସ୍ତେ ହେଉଛନ୍ତି ଛଟ୍ପଟ୍ । ଅନେକ ନିଜ ନିଜର ପ୍ରିୟଜନଙ୍କୁ ହରାଇ ଦୁଃଖରେ ମର୍ମାହତ ହୋଇଥିବା ବେଳେ ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଛି ଏହି ଅଦୃଶ୍ୟ ଭୂୂତାଣୁ । ଅନେକ ପରିବାର ହୋଇଯାଇଛି ମୁରବି ଶୂନ୍ୟ । କାହା ମୁଣ୍ଡରୁ ବାପାର ହାତ ଉଠିଯାଇଛି ତ ଆଉ କେହି ମା’କୁ ହରାଇ ବେସାହାରା ହୋଇପଡ଼ିଛି । ଠିକ୍ ସେହିପରି ମାତ୍ର ୨୨ଦିନ ମଧ୍ୟରେ ଗୋଟିଏ ପରିବାରରୁ ୬ଜଣଙ୍କ ମୃତ୍ୟୁ ଖବର ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଅନ୍ୟପକ୍ଷରେ ଏଥିପାଇଁ ମେଡିକାଲ୍ରେ ବେଡ୍ ନମିଳିବାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଏଭଳି ଏକ ଅଭାବନୀୟ ଘଟଣା ଆସିଛି ଦକ୍ଷିଣ ଦିଲ୍ଲୀ ଦେବଲିରୁ । ଏଠିକାର ଏକ ପରିବାର ପାଇଁ କାଳ ସାଜିଛି କରୋନା । ୨୨ଦିନରେ ନେଇସାରିଛି ୬ଜଣଙ୍କ ମୁଣ୍ଡ। ଏହି ପରିବାରରେ ମୋଟ ୧୫ଜଣ ସଦସ୍ୟ ଥିଲେ । ସେଥିରୁ ୯ଜଣ କରୋନା ଆକ୍ରାନ୍ତ ହୋଇଥିଲେ । ୫ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନ୍ୟ ଆକ୍ରାନ୍ତ ହୋମ କ୍ୱାରେଣ୍ଟାଇନରେ ଥିଲେ । ତେବେ କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ପରିବାରର ସମସ୍ତ ସଦସ୍ୟ ଆକ୍ରାନ୍ତ ହୋଇଥିଲେ । ସବୁଠୁ ବଡ଼କଥା ହେଲା ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପରିବାର ପକ୍ଷରୁ ବିଭିନ୍ନ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ସମ୍ପର୍କ କରାଯାଇଲା । ହେଲେ ବେଡ୍ ମିଳିବା ସମ୍ଭବ ହୋଇନଥିଲା । ତେବେ ଗୋଟିଏ ପରିବାରରୁ ୬ଜଣ ସଦସ୍ୟଙ୍କୁ ହରାଇ ଅନ୍ୟ ସଦସ୍ୟ ଭାଙ୍ଗିପଡ଼ିଛନ୍ତି । ଗତ ସୋମବାର ସମସ୍ତ ମୃତକଙ୍କୁ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.